Only for Entertainment

ସୋସିଆଲ ମିଡିଆ ଜରିଆରେ ଆମିର କଲେ ଫିଲ୍ମ ପ୍ରମୋଶନ ।

timesnow
0 49

ସୋସିଆଲ୍ ମିଡିଆରେ ଲାଇଭ୍ ଭିଡିଓ ଜରିଆରେ ପୁଣିଥରେ ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି ମିଷ୍ଟର ପରଫେକ୍ଟ୍ ଆମିର୍ଖାନ୍ । ଫେସ୍ବୁକରେ ଲାଇଭ୍ ଭିଡିଓ କରି ଆମିର ଖାନ୍ ନିଜ ଅପକମିଙ୍ଗ ଫିଲ୍ମ ଠଗସ ଅଫ୍ ହିନ୍ଦୋସ୍ତାନ ସଂପର୍କରେ କଥା ହେବା ସହ ଆହୁରି ଅନେକ ବିଷୟରେ ଚର୍ଚ୍ଚା କରିଥିଲେ । ତେବେ ଆମିରଙ୍କ ଏହି ଫେସ୍ ବୁକ୍ ଲାଇଭ୍ ଭିଡିଓକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ।

ଏହି ଫିଲ୍ମର ପ୍ରମୋସନ ପାଇଁ ଏହାର ଟିମ୍ ଆପଣାଉଛି ଅନେକ ଉପାୟ । ଏହିକ୍ରମରେ ଏବେ ଆମିର୍ ଖାନ୍ ବି ଆପଣାଇଛନ୍ତି ଏକ ନିଆରା ଉପାୟ । ସେ ସୋସିଆଲ ମିଡିଆରେ ଲାଇଭ୍ ଭିଡିଓ ଜରିଆରେ ଏହି ଫିଲ୍ମର ଏକ ଭିନ୍ନ ପ୍ରକାର ପ୍ରମୋଶନ କରିଛନ୍ତି । ସେ ମହାରାଷ୍ଟ୍ରର କଟଗୁନ୍ ଗାଁରୁ ଏହି ଲାଇଭ ଭିଡିଓ ଜରିଆରେ ନିଜ ଫ୍ୟାନମାନଙ୍କ ସହ କଥା ହୋଇଥିଲେ ।

Aamir Khan live from Village Katgun.

Aamir Khan live from Village Katgun, the birthplace of Mahatma Jyotiba Phule#Jalmitra #PaaniFoundation #Fighting Drought

Posted by Aamir Khan on 27 ಮಾರ್ಚ್ 2018

ଦେଶରେ ବିଶେଷ କରି ମହାରାଷ୍ଟ୍ରରେ ଥିବା ଜଳ ସମସ୍ୟାକୁ ନେଇ ଆମିର୍ ଖାନ୍ ଏକ ପାନି ଫାଉଣ୍ଡେସନ୍ ଅର୍ଗାନାଇଜେସନ୍ ଖୋଲିଛନ୍ତି । ଯାହା ଗାଁ ଗାଁ ବୁଲି ଲୋକଙ୍କୁ ଜଳ ସଚେତନତା କାମ କରେ । ଆମିର୍ ନିଜର ଏହି ଲାଇଭ୍ ଭିଡିଓରେ ଏହି ଫାଉଣ୍ଡେସନ୍ ବିଷୟରେ କହିଥିଲେ । ନିଜ ଟେଲିଭିଜନ୍ ଶୋ ସତ୍ୟ ମେବ ଜୟତେ ସଂପର୍କରେ ମଧ୍ୟ କଥା ହୋଇଥିଲେ । ସେ କହିଥିଲେ ଗତ ୩ ବର୍ଷରୁ ସତ୍ୟ ମେବ ଜୟତେ ଟିମ୍ ଏହି ଜଳ ସମସ୍ୟା କାମରେ ଲାଗି ରହିଛି ।

ଆମିର୍ ଖାନ୍ ସବୁବେଳେ ଭିନ୍ନ ଭିନ୍ନ ଉପାୟରେ ନିଜ ଫ୍ୟାନ୍ ମାନଙ୍କ ସହ ଜଡିତ ରହିଆସିଛନ୍ତି । ସେ ପଛେ ଫିଲ୍ମ ହେଉ କି ସୋସିଆଲ୍ ୱର୍କ । ସେଥିପାଇଁ ତ ସେ ଫ୍ୟାନମାନଙ୍କର ଅତି ପ୍ରିୟ ତାରକା ହୋଇ ପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More