Only for Entertainment

‘କୟାମତ ସେ କୟାମତ ତକ’ ପାଇଁ ଅମୀରଙ୍କୁ ମିଳିଥିଲା ଏତେ ଫିସ ।

youtube
0 51

ଅମୀର ଖାନ ଏବଂ ଜୁହି ଚାୱଲାଙ୍କ ପିଲ୍ମ ‘କୟାମତ ସେ କୟାମତ ତକ’କୁ ୩୦ ବର୍ଷ ହୋଇସାରିଛି । ୧୯୮୮ରେ ଆସିଥିବା ଏହି ଫିଲ୍ମରେ ଅମୀର ଷ୍ଟାର ହୋଇ ଯାଇଥିଲେ । ଆଜି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅମୀର ସେହି ଫିଲ୍ମ ପାଇଁ ୧୧ ହଜାର ଟଙ୍କା ଫିସ ନେଇଥିଲେ । ଏହି କଥା ସେ ଆଇଏନଏସକୁ ଦେଇଥିବା ଏକ ଇଂଟରଭ୍ୟୁରେ କହିଛନ୍ତି ।
ଅମୀର କେବଳ ଏହି କଥା ସେୟାର କରିନାହାଁନ୍ତି ବରଂ ଏହା ସହିତ ସେ ଅନ୍ୟ ଏକ କଥା ମଧ୍ୟ ସେୟାର କରିଛନ୍ତି ।

ଯାହାକୁ ଆପଣ ବୋଧହୁଏ ଜାଣିନଥିବେ । ବାସ୍ତବରେ ଅମୀରଙ୍କ କହିବା ଅନୁସାରେ ଫିଲ୍ମରେ ସଫଳତା ପରେ ମଧ୍ୟ ତାଙ୍କ ନିକଟରେ କାର କିଣିବାକୁ ଟଙ୍କା ନଥିଲା । ତେବେ ଧୀରେ ଧୀରେ ସେ ସମସ୍ତ ସମୟରେ ପରିବର୍ତ୍ତନ ଆସିଥିଲା । ବଲିଉଡରେ ସେ ହୋଇଗଲେ ଜଣେ ପ୍ରସିଦ୍ଧ ତାରକା । ଏହା ସହିତ ସେ ମିଷ୍ଟର ପର୍ଫେକ୍ସନିଷ୍ଟ ଭାବରେ ବଲିଉଡରେ ଖୁବ ଜଣାଶୁଣା ମଧ୍ୟ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More