Only for Entertainment

୧୯୯୩ ଦଙ୍ଗା-ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ରାତି ବିତାଇଥିଲେ ଅମୀର ଖାନ ।

aajtak
0 59

ଅମୀର ଖାନ ଏବଂ ରାଜକୁମାର ହିରାନୀଙ୍କ ଯୋଡ଼ି ଖୁବ ଭଲ ବୋଲି କୁହାଯାଏ । ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ସଂଜୁରେ ସୁନିଲ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରାଜକୁମାର ହିରାନୀ ଅମୀର ଖାନଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅନ୍ୟ ଏକ ଫିଲ୍ମରେ ବ୍ୟସ୍ତ ଥିବାରୁ ଅମୀର ଏହି ଫିଲ୍ମ ପାଇଁ ମନା କରିଦେଇଥିଲେ । ଯେତେବେଳ ଅମୀରଙ୍କୁ ସୁନିଲ ଦତ୍ତଙ୍କ ସହିତ ଯଡ଼ିତ କିଛି କଥା ବିଷୟରେ ପଚରାଗଲା ସେହି ସମୟରେ ଅମୀର କହିଲେଯେ ସୁନିଲ ଦତ୍ତ ଜଣେ ଗରିମାମୟ ଲୋକ ଥିଲେ । ମୋର ମନେ ଅଛି ୧୯୯୩ର ଦଙ୍ଗାର ସେହି ରାତି ।

ଅମୀରଙ୍କ କହିବା ଅନୁସାରେ ଯେତେବେଳେ ୧୯୯୩ରେ ଦଙ୍ଗା ହେଲା ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଆର୍ମି ଡକାଇବା ପାଇଁ ଅନୁରୋଧ କରିଥିଲେ । ଯେକୌଣସି ଭାବରେ ଦଙ୍ଗା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା । ଏହାପରେ ଦଙ୍ଗା ବିରୋଧରେ ଆମେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ତଳେ ରାତି ବିତାଇଥିଲୁ । ମୋ ସହିତ ସୁନିଲ ଦତ୍ତ,ୟଶ ଚୋପ୍ରା,ଜାନି ବାକର ଏବଂ ଫିଲ୍ମର ଜଣେ ପ୍ରଯୋଜକ ଥିଲେ । ଏହା ଦଙ୍ଗା ବିରୋଧର ପ୍ରଥମ ରାତି ଥିଲା ।

ଅମୀରଙ୍କ କହିବା ଅନୁସାରେ ଏଡି ରାତି ବାସ୍ତବରେ ସ୍ମରଣୀୟ ଥିଲା । ତେବେ ଆଗାମୀ ସଂଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦଙ୍ଗାକୁ ସାମାନ୍ୟ କମାଇବାରେ ସମର୍ଥ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More