Only for Entertainment

ଥ୍ରି ଇଡିଅଟ୍ସର କେଉଁ ଦୃଶ୍ୟ ଆମୀର ଖାନଙ୍କୁ ଅଧିକ ପସନ୍ଦ?

aajtak
35

ବଲିଉଡ ଆକ୍ଟର ଆମୀର ଖାନଙ୍କ ଫିଲ୍ମ ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରଶଂସନୀୟ ଫିଲ୍ମ । ଫିଲ୍ମକୁ ଯେତେ ଥର ଦେଖିଲେ ମଧ୍ୟ ବିରକ୍ତ ଲାଗେ ନାହିଁ । ଫିଲ୍ମରେ ଆମୀର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଆମୀରଙ୍କ ବ୍ୟତୀତ ଶରମନ ଯୋଶୀ, ଆର ମାଧବନ,କରୀନା କପୂର ଏବଂ ବମନ ଈରାନୀ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା । କିନ୍ତୁ କ’ଣ ଆପଣ ଜାଣନ୍ତିକି ଫିଲ୍ମର କେଉଁ ଦୃଶ୍ୟକୁ ଆମୀର ଖାନ ଅଧିକ ପସନ୍ଦ କରନ୍ତି?

 

 

View this post on Instagram

 

One of my favourite scenes… (Link in bio)

A post shared by Aamir Khan (@_aamirkhan) on

ଆମୀର ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଏକ ଫଟୋ ଶେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଆମୀର ସେହି ଫଟୋଟିକୁ ଶେୟାର କରିଛନ୍ତି ଯେଉଁଥିରେ ସେ ତିନି ସାଙ୍ଗ ମାଗଣାରେ ଖାଇବା ପାଇଁ ୱେଡିଙ୍ଗ ଫଙ୍କସନକୁ ଯାଇଥିଲେ । ଖାଇବା ପ୍ଲେଟକୁ ସଂପୂର୍ଣ୍ଣ ଭାବରେ ପୂର୍ଣ୍ଣ କରି ଖାଇବାକୁ ବାହାରିଥିଲେ । ଏହି ମଧ୍ୟରେ ସେମାନେ ଧରା ପଡ଼ିଗଲେ । ତେବେ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି ଏହା ସେହି ସିନ ଯାହାକୁ ସେ ଖୁବ ପସନ୍ଦ କରନ୍ତି । ଏହି ଫଟୋକୁ ଏବେ ଲକ୍ଷାଧିକ ଲୋକ ଲାଇକ ଏବଂ ଶେୟାର କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More