Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନକୁ ଲୋକେ ଟ୍ରୋଲ କରୁଥିବା ବେଳେ ଜାଣନ୍ତୁ ଆମିର ଖାନ କ’ଣ କହିଲେ ।

zee news
43

ଦିୱାଲିରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଉପରେ ଏବେ ଲଗାତାର ଜୋକ୍ସ ଏବଂ ମିମ୍ସ ଦେଖିବାକୁ ମିଳୁଛି । ଫିଲ୍ମକୁ ଲୋକେ ଦେଖିବା ପରେ ଟ୍ରୋଲ କରିବାରେ ଲାଗିଛନ୍ତି । ଏହାର ଫିଲ୍ମ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ସମାଲୋଚନା କରିଛନ୍ତି । ଫିଲ୍ମକୁ ନେଇ ମିଳୁଥିବା ପ୍ରତିକ୍ରିୟ ଉପରେ ଏବେ ମୁହଁ ଖୋଲିଛନ୍ତି ଅଭିନେତା ଆମିର ଖାନ ।

ଆମିରଙ୍କ କହିବା ଅନୁସାରେ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ସଫଳ ହେଉ କି ବିଫଳ ତାହାକୁ ନେଇ ସନ୍ତୁଷ୍ଟ ରହିବେ । କାରଣ ତାଙ୍କ ମତରେ ପୂରା ଟିମ ଫିଲ୍ମ ପାଇଁ ନିଜର ସର୍ବଶ୍ରେଷ୍ଠ ଦେଇଛନ୍ତି ଏବଂ ଫିଲ୍ମରେ କାମ କରିବା ଖୁବ ମଜାଦାର ଥିଲା ।

ସେ ଆଗକୁ ମଧ୍ୟ କହିଛନ୍ତି, ଆମେ ଭଲ ପାଇବା ଏବଂ ପ୍ରୟାସରେ ଏହି ଫିଲ୍ମକୁ ନିର୍ମାଣ କରିଛୁ । ଏହି ଫିଲ୍ମ ଏପରି ଏକ ଜର୍ଣ୍ଣି ଥିଲା ଯାହା ମୋ ପାଇଁ ଖୁବ ସ୍ମରଣୀୟ ହୋଇ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଜାଣିନି ଫିଲ୍ମ କେତେ ସଫଳ ହେବ କିନ୍ତୁ ଏହି ୨ ବର୍ଷ ପାନଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି । କାରଣ ମୋ ମତରେ ସମସ୍ତେ ନିଜର ସର୍ବଶ୍ରେଷ୍ଠ ଦେଇଛନ୍ତି ।

ବିଜୟ କୃଷ୍ଣ ଆଚାର୍ଯ୍ୟ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସର ଆଦିତ୍ୟ ଚୋପ୍ରା ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମିର ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରନ ସେୟାର କରିଛନ୍ତି । ଫିଲ୍ମ ଏହି ଦୁଇ କଳାକାରଙ୍କ ବ୍ୟତିତ କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଶେଖ ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More