ନରେନ୍ଦ୍ର ମୋଦୀଙ୍କ ଟ୍ୱିଟରେ ଆମୀର ଖାନ ଦେଲେ ଏଭଳି ଜବାବ !
ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ସମସ୍ତ ପାର୍ଟି ଚାହାନ୍ତି ଯେତେ ଅଧିକରୁ ଅଧିକ ଭୋଟ ବୁଥ ପର୍ଯ୍ୟନ୍ତ ପହଂଚୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ଆକାଉଣ୍ଟ ରେ ଯୁବଙ୍କୁ ନିଜ କର୍ତ୍ତବ୍ୟ ତୁଲାଇବାକୁ ଅପିଲ କରିଥିଲେ। ଖାସ କଥା ହେଉଛି ପ୍ରଧାନମନ୍ତ୍ରୀ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି । ଏହି ଅପିଲ ଟ୍ୱିଟର ରେ ସେ ଭୋଟ ପାଇଁ ଅପିଲ କରି ଆମୀର ଖାନ ଏବଂ ସଲମାନ ଖାନଙ୍କୁ ଟ୍ୟାଗ କରିଛନ୍ତି ।
Absolutely right sir, Hon PM. Let us all engage as citizens of the biggest democracy in the world. Let us fulfill our responsibility, and avail of our right to get our voice heard.
Vote! https://t.co/24vWPQHXQy— Aamir Khan (@aamir_khan) March 13, 2019
ସେହିଭଳି ମୋଦୀ ଙ୍କ ଏହି ଟ୍ୱିଟ ରେ ଆମୀର ଖାନ ନିଜ ଅନ୍ଦାଜରେ ଲେଖିଛନ୍ତି ବିଲକୁଲ ଠିକ ସାର, ମାନନୀୟ ପିଏମ । ଆସନ୍ତୁ ସମସ୍ତେ ଲୋକତନ୍ତ୍ର ନାଗରିକ ରୂପେ ଯୋଡି ହେବା ଏବଂ ଭୋଟ କରିବା ବୋଲି ରିଟ୍ୱିଟ କରିଛନ୍ତି ଆମୀର ଖାନ ।