Only for Entertainment

ଅମିର ଖାନଙ୍କ ଖୁଲାସା, କ’ଣ ପାଇଁ ଫିସ୍ ବଦଳରେ ଫିଲ୍ମର ୮୦ ପ୍ରତିଶତ ଲାଭ ନେଇଥାନ୍ତି ।

zee news
0 50

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଶେଷରେ ଏହି କଥାର ଖୁଲାସା କରିଛନ୍ତି ଯେ କ’ଣ ପାଇଁ ସେ ଫିସ ବଦଳରେ ଫିଲ୍ମର ୮୦ ପ୍ରତିଶତ ଲାଭ ନେଇଥାନ୍ତି । ପଂଚମ ଇଣ୍ଡିଆନ ସ୍କ୍ରିନରାଇଟର୍ସ କନଫ୍ରେନ୍ସରେ ଅମିର କହିଛନ୍ତି ଯେ ଲୋକଙ୍କୁ ଲାଗୁଛି ଗୋଟିଏ ଫିଲ୍ମରୁ ତାଙ୍କୁ ଅନେକ ପ୍ରଫିଟ ମିଳୁଛି । କିନ୍ତୁ ଏପରି ନୁହେଁ । ସେ କହିଛନ୍ତି ଯେ ତାଙ୍କୁ ଫିଲ୍ମର ପ୍ରଫିଟର ଫାଇଦା ସବୁଠାରୁ ପଛରେ ମିଳିଥାଏ । ଫିଲ୍ମର ପ୍ରଫିଟ କପରି ମିଳିଥାଏ ତାହା ବିଷୟରେ ଅମିର ଲୋକଙ୍କୁ ବୁଝାଇଥିଲେ ।

ସେ କହିଥିଲେ ଯଦି କୌଣସି ଫିଲ୍ମ ୧୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ତେବେ ଫିଲ୍ମର ପ୍ରଥମ ୧୦୦ କୋଟି ରାଇଟର୍ସ, ଟେକ୍ନିସିଆନ, ଆକ୍ଟର୍ସଙ୍କ ସମେତ କାମ କରୁ ଥିବା ସମସ୍ତ ଲୋକଙ୍କୁ ମିଳିଯାଇଥାଏ । କିନ୍ତୁ ମୋର ପଇସା ଆରମ୍ଭରୁ ମିଳିନଥାଏ । କାରଣ ମୁଁ ଫିଲ୍ମର ପ୍ରଫିଟ ପାର୍ଟନର । ଅମିର ଏହା ମଧ୍ୟ କହିଥିଲେ ଯଦି ଫିଲ୍ମର ବିଜ୍ଞାପନରେ ୨୫ କୋଟି ଖର୍ଚ୍ଚ ହୋଇଥାଏ ତେବେ ସେହି ପଇସାକୁ ପ୍ରଥମେ ରିକଭରି କରାଯାଇଥାଏ ।

ଅମିର କହିଥିଲେ ଏହିଭଳି ଭାବେ ଫିଲ୍ମ ୧୨୫ କୋଟି ଆୟ କରିବା ପରେ ଯାହା ବାକି ଯାହା ଆୟ କରିଥାଏ ତାହାର ୮୦ ପ୍ରତିଶତ ମୋତେ ମିଳିଥାଏ । ଏହି କାରଣରୁ ଫିଲ୍ମ ନିର୍ମାତାମାନେ ମୋ ସହ କାମ କରିବାକୁ ଡରନ୍ତି ନାହିଁ । କାରଣ ମୋ ଫିସ ସେମାନଙ୍କ ଉପରେ ଭାରି ପଡେ ନାହିଁ । ବାସ୍ତବରେ ମୋତେ ହିଁ ସବୁଠାରୁ ପଛରେ ପଇସା ମିଳିଥାଏ । ଏହା ମୋ ପାଇଁ ରିକ୍ସ ମଧ୍ୟ କାରଣ ଯଦି ଫିଲ୍ମ ଭଲ ଆୟ ନକରେ ତେବେ ମୋର ହିଁ ପ୍ରଥମେ କ୍ଷତି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More