Only for Entertainment

ରିଲିଜ ହେଲା ‘ଲାଲ ସିଂ ଚଡ୍‌‌ଢା’ର ମୋଶନ ପୋଷ୍ଟର, କିଛି ମିନିଟରେ ଟପ ଟ୍ରେଣ୍ଡରେ ହେଲା ସାମିଲ

zee news
60

ବଲିଉଡ ଅଭିନେତା ତଥା ମିଷ୍ଟର ପରଫେକ୍ସନିଷ୍ଟ ନାମରେ ପରିଚିତ ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲା ସିଂ ଚଡ୍‌‌ଢା’ର ମୋଶନ ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଏବଂ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି ।

ଆମୀର ଖାନ ଫିଲ୍ମର ଏହି ପୋଷ୍ଟରକୁ ଟ୍ୱିଟରରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କ୍ୟା ପତା ହମ ମେଁ ହେ କାହାନୀ, ୟା ହେ କାହାନୀ ମେଁ ହମ…’

ଏହି ମୋଶନ ପୋଷ୍ଟରର ବ୍ୟାକଗ୍ରାଉଣ୍ଡରେ ମ୍ୟୁଜିକ ରୂପରେ ଏହି ହିନ୍ଦୀ ଶବ୍ଦକୁ ସୁନ୍ଦର ଭାବେ ସେଟ କରାଯାଇଛି । ଏହି ପୋଷ୍ଟର ସହିତ ଆମୀର ଘୋଷଣା କରିଛନ୍ତି ଯେ, ଫିଲ୍ମ ୨୦୨୦ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ ।

କହିରଖୁଛୁ ଯେ, ‘ଲାଲା ସିଂ ଚଡ୍‌‌ଢା’ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ ରିମେକ । ଏହି ଫିଲ୍ମରେ କରୀନା କପୁର ଖାନ ଲିଡ ରୋଲରେ ନଜର ଆସିବେ । ଆମୀରଙ୍କ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More