Only for Entertainment

ରାଜନେତା ହେବାକୁ ଚାହାନ୍ତି ନାହିଁ, ରାଜନୀତିକୁ ଭୟ କରନ୍ତି ବୋଲି କହିଲେ ଏହି ସୁପରଷ୍ଟାର!

NDTV Khabar
0 50

ଫିଲ୍ମ ସୁପରଷ୍ଟାର ଅମୀର ଖାନଙ୍କ କହିବା ମୁତାବକ ସେ ସମାଜର ଅନେକ କାର୍ଯ୍ୟର ନିଜକୁ ସାମିଲ କରିବାକୁ ପସନ୍ଦ କରନ୍ତି ମାତ୍ର ତାଙ୍କର ରାଜନୀତିକୁ ଆସିବା ପାଇଁ କୌଣସି ଆଗ୍ରହ ନାହିଁ । ୫୩ବର୍ଷୀୟ ବଲିଉଡର ଏହି ଅଭିନେତା ରବିବାର କହିଛନ୍ତି ଯେ ରାଜନୀତିକୁ ସେ ଭୟ କରନ୍ତି , ସେ ଅନୁମାନ କରନ୍ତି ଯେ ସେ ତାଙ୍କ ଫିଲ୍ମ ଦ୍ୱାରା ଅନେକ କାମ କରିପାରିବେ । ଏକ ଟିଭି ପ୍ରୋଗ୍ରାମ ଚ୍ୟାନେଲା ବିଶେଷ ଯୁବା ସମ୍ମିଳନୀ ‘ଯୁବା’ରେ ସେ ଏହିଭଳି କିଛି କହିଛନ୍ତି ଯେ ସେ ରାଜନେତା ହେବାକୁ ଚାହାନ୍ତି ନାହିଁ , ଏବଂ ତାଙ୍କୁ ରାଜନୀତି ପସନ୍ଦ ନୁହେଁ । ରାଜନୀତିକୁ ସେ ଭୟ କରନ୍ତି ବୋଲି କହିଛନ୍ତି ।

ଏହି କାରଣରୁ ସେ ଏସବୁରୁ ଦୂରେଇ ରୁହନ୍ତି ବୋଲି କହିଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ । ରାଜନେତା ତାଙ୍କ କାମ ନୁହେଁ ସେ ଲୋକଙ୍କ ମନୋରଂଜନ କରିବାକୁ ପସନ୍ଦ କରନ୍ତି । ସେ ଏହା ମଧ୍ୟ କହିଛନ୍ତି ରାଜନେତା ପରିବର୍ତ୍ତେ ସେ ରଚନାତ୍ମକ ଏବଂ ଅଭିନୟ ଜରିଆରେ ଅନେକ ପରିବର୍ତ୍ତନ ଆଣିପାରିବେ ।

ଏଠାରେ ଆମେ କହି ରଖୁଛୁ ଯେ ପାଖାପାଖି ୫ବର୍ଷ ପରେ ଅମୀର ଖାନ ନିଜର ସୁପରହିଟ ଶୋ’ ସତ୍ୟମେବ ଜୟତେ ସହ ଛୋଟ ପରଦାକୁ ଫେରୁଛନ୍ତି । ଅମୀର ଏହି ଶୋ’ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ଶୋ’ ପାଇଁ ଏଥର ୧୧ଟି ଏପିସୋଡ ଶୁଟ କରାଯିବ । ଶୋ’ର ପ୍ରଥମ ଭାଗ ୨୦୧୯ ଜାନୁଆରୀରେ ଆରମ୍ଭ ହୋଇ ମାର୍ଚ୍ଚ ମଧ୍ୟରେ ରିଲିଜ କରାଯିବ । ଯେଉଁଥିରେ ଶୋ’ର ୫ଟି ଏପିସୋଡ ପ୍ରସାରଣ କରାଯିବ ଏବଂ ଏହି ଶୋ’ର ଦ୍ୱିତୀୟ ଭାଗ ଅକ୍ଟୋବର ୨୦୧୯ରେ ରିଲିଜ କରାଯିବ, ଯେଉଁଥିରେ ୬ଟି ଏପିସୋଡ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More