Only for Entertainment

ପତ୍ନୀଙ୍କ ମହାରାଷ୍ଟ୍ରୀଅନ ଅନ୍ଦାଜରେ ଫିଦା ହେଲେ ଆମୀର, ଫଟୋ ସେୟାର କରି ଲେଖିଲେ…

aamirkhan twitter pic
31

ଆମୀର ଖାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇ ରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଫଟୋରେ ମିଷ୍ଟର ପରଫେକ୍ସନିଷ୍ଟଙ୍କୁ ନିଜ ଧର୍ମ ପତ୍ନୀ କିରଣ ରାବଙ୍କ ସହିତ ଦେଖିବାକୁ ମିଳିଛି । ଏହି ଫଟୋରେ ଦୁହିଁଙ୍କ ଅନ୍ଦାଜ ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଫଟୋରେ ଆମୀର ଖାନ ଏବଂ କିରଣ ରାଏ ମହାରାଷ୍ଟ୍ରୀଅନ ଲୁକରେ ନଜର ଆସିଛନ୍ତି ।

ଏହି ଫଟୋକୁ ଆମୀର ଖୋଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଫଟୋକୁ ପୋଷ୍ଟ କରିବା ସହିତ କ୍ୟାପସନରେ ଲେଖିଥିଲେ-  ‘The cutest in the world… mazi baiko’ ଏହାର ଅର୍ଥ ଦୁନିଆରେ ସବୁଠାରୁ କ୍ୟୁଟ ମୋ ପତ୍ନୀ । ସୋସିଆଲ ମିଡିଆରେ ଆମୀରଙ୍କ ଏହି ଫଟୋକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଫଟୋ ସେୟାର କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଫଟୋରେ ଲକ୍ଷରର ଅଧିକ ଲାଇକ ମିଳି ସାରିଛି ।

ଲୋକଙ୍କୁ ଆମୀରଙ୍କ ଏହି ଫଟୋ ଖୁବ ପସନ୍ଦ ଆସିଥିବା ବେଳେ ମିଷ୍ଟର ପରଫେକ୍ସନିଷ୍ଟଙ୍କ ଏହି ମରାଠୀ ଅବତାର କ’ଣ ପାଇଁ ତାହା ଏ ପର୍ଯ୍ୟନ୍ତ ଫାଇନାଲ ହୋଇପାରି ନାହିଁ । ୱାର୍କ ଫିଟ ବିଷୟରେ କହିବାକୁ ଗଲେ ଆମିର ଏବେ ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ଜବଦସ୍ତ ଅନ୍ଦାଜରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More