Only for Entertainment

ଆମୀର ଖାନ ଡେବ୍ୟୁକୁ ନେଇ ପୁଅ ଆଗରେ ରଖିଲେ ଏଭଳି ସର୍ତ, ବଲିଉଡ ପାଇଁ ଦେବାକୁ ପଡିବ ଏହି ଅଗ୍ନି ପରୀକ୍ଷା !

46

ଷ୍ଟାର କିଡ଼ ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ୍‌ ଡେବ୍ୟୁ କରିବା ପରେ ବଲିଉଡରେ ଆଉ ଜଣେ ଷ୍ଟାରକିଡ଼ ଡେବ୍ୟୁ କରିବେ ବୋଲି ଜଣାଯାଇଛି। ଏହି ଷ୍ଟାର କିଡ୍‌ ହେଲେ ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌।

ଜୁନୈଦ୍‌ଙ୍କୁ ଅମୀର ଖାନ୍‌ ଲଞ୍ଚ କରିବାକୁ ଏକ ସର୍ତ୍ତ ରଖିଛନ୍ତି। ଅମୀର କହିଛନ୍ତି ଯେ ସେ ଚାହାଁନ୍ତି ପୁଅ ଜୁନୈଦ ହିରୋ ଭାବେ କ୍ୟାରିଅର୍‌ ଆରମ୍ଭ କରୁ। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି। ତେବେ ଅମୀର ଚାହୁଁଛନ୍ତି ଯେ ପୁଅ ସେହି ଫିଲ୍ମରେ କାମ କରିବା ପୂର୍ବରୁ ସ୍କ୍ରିନ୍‌ ଟେଷ୍ଟ ଦିଅନ୍ତୁ। ଏହି ଟେଷ୍ଟରେ ସେ ପାସ୍‌ କରନ୍ତୁ। ତେବେ ଯାଇ ଜୁନୈଦ ଜଣେ ଭଲ ଅଭିନେତା ହୋଇପାରିବେ।

ଜୁନୈଦ ହେଉଛନ୍ତି ଅମୀର ଖାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ପୁଅ। ଏବେ ତାଙ୍କର ବୟସ ୨୬ ବର୍ଷ। ଜୁନୈଦ ଜଣେ ସହକାରୀ ନିର୍ଦ୍ଦେଶକ ଓ ସାମାଜିକ କର୍ମୀ ଭାବେ କାର୍ଯ୍ୟରତ। ସେ ଲସ ଏଞ୍ଜେଲସରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ତେବେ ଜୁନୈଦଙ୍କୁ ଅଧିକାଂଶ ସମୟରେ ବାପା ଅମୀର ଖାନଙ୍କ ସହିତ ଦେଖିବାକୁ ମିଳିଥାଏ।

ଅମୀର ଖାନଙ୍କ ଏହି ସର୍ତ୍ତ ପୂରଣ କରିବାରେ ପୁଅ ଜୁନୈଦ ସକ୍ଷମ ହେଉଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More