Only for Entertainment

ଏହି ହଲିଉଡ ଫିଲ୍ମର ରିମେକରେ ନଜର ଆସିବେ ଆମୀର ଖାନ ।

48

ବଲିଉଡ ଆକ୍ଟର ଆମୀର ଖାନ ଏବେ ଖୁବ ଚର୍ଚ୍ଚାରେ । ସେ ଯେଉଁ ଫିଲ୍ମରେ କାମ କରନ୍ତି ସମସ୍ତ ପରିଶ୍ରମ ସେଥିରେ ହିଁ ନିୟୋଜନ କରିଦିଅନ୍ତି । କାରଣ ସେ ଚାହାଁନ୍ତି ଦର୍ଶକ ତାଙ୍କର ଦମଦାର ଅଭିନୟ ଦେଖନ୍ତୁ । ତେଣୁ ତାଙ୍କୁ ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ କୁହାଯାଏ । ଫିଲ୍ମ ଦଙ୍ଗଲ ପାଇଁ ଖୁବ ପରିଶ୍ରମ କରି ନିଜ ଶରୀରକୁ ରେସଲର ଭଳି କରି ଦେଇଥିଲେ ଆକ୍ଟର । ତାଙ୍କ କାମକୁ ଦେଖି ତାଙ୍କୁ ହଲିଉଡ ଫିଲ୍ମର ରିମେକରେ ଅଫର ମିଳିଛି । ଆଗାମୀ ଦିନରେ ଆମୀର ଫିଲ୍ମ ମହାଭାରତ ବା ତାଙ୍କ ସ୍ୱପ୍ନର ପ୍ରକଳ୍ପରେ କାମ କରିବେ ।

ଖବର ମୁତାବକ ଆମୀର ଫିଲ୍ମ ମହାଭାରତକୁ କିଛି ଦିନ ପାଇଁ ସ୍ଥଗିତ ରଖିବେ । କାରଣ ଏବେ ସେ ପ୍ରସିଦ୍ଧ ହଲିଉଡ ଫିଲ୍ମର ରିମେକରେ କାମ କରିବାକୁ ଯାଉଛନ୍ତି । ଫିଲ୍ମ ନାମ ହେଉଛି ଫରେଷ୍ଟ ଗଂପ । ୧୯୯୪ରେ ଏହି ଫିଲ୍ମ ଆମେରିକାରେ ରିଲିଜ ହୋଇଥିଲା । ହଲିଉଡ ଷ୍ଟାର ଟମ ହ୍ୟାଂକଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଏହା ଏକ କମେଡ଼ି ଡ୍ରାମା ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More