Only for Entertainment

ବାପା ହେଲେ ବଲିଉଡ ଫେମସ ସିଙ୍ଗର ଅଙ୍କିତ ତିୱାରୀ, ମହେଶ ଭଟ୍ଟ ଦେଲେ ଏହି ନାମ ।

NDTV
45

ବାପା ହେଲେ ବଲିଉଡ ଫେମସ ସିଙ୍ଗର ଅଙ୍କିତ ତିୱାରୀ । ଅଙ୍କିତଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ବାପା ହେବା ଖବରକୁ ଅଙ୍କିତ ନିଜ ଇନଷ୍ଟାଗ୍ରାମ୍ ଜରିଆରେ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ଇନଷ୍ଟାରେ ସେ ପତ୍ନୀ ଓ ଝିଅ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନ ରଖିଛନ୍ତି ଭଗବାନ ମତେ ଏ ବର୍ଷ ଭଲ ଉପହାର ଦେଇଛନ୍ତି । ତୁମକୁ ଏ ଦୁନିଆରେ ସ୍ୱାଗତ ବୋଲି ଲେଖି ଅଙ୍କିତ ଇନଷ୍ଟାରେ ନବ ଜନ୍ମିତ ଝିଅର ଫଟୋ ସେୟାର କରିଛନ୍ତି । ଆଶିକ୍ ୨ ଫିଲ୍ମର ‘ସୁନ୍ ରହା ହେ ନା ତୁ’ ଗୀତ ଗାଇ ବେଶ ଚର୍ଚ୍ଚା ସାଉଁଟିଥିଲେ ଅଙ୍କିତ ।

ସବୁଠାରୁ ବଡ କଥା ହେଉଛି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମଦେଶ ଭଟ୍ଟ ଅଙ୍କିତ ତିୱାରୀଙ୍କ ଝିଅର ନାମ ଆର୍ଯ୍ୟା ରଖିଛନ୍ତି । ଅଙ୍କିତ ୨୦୧୮ରେ ପଲ୍ଲବୀଙ୍କୁ ବିବାହ କରିଥିଲେ । ପଲ୍ଲବୀ ୨୮ ଡିସେମ୍ବରରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୩ ଜାନୁଆରୀରେ ସିଙ୍ଗର ଅଙ୍କିତ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଝିଅର ଫେଟୋକୁ ସେୟାର କରିଥିଲେ । ଫଟୋ ସେୟାର କରିବା ପରେ ଅଙ୍କିତଙ୍କୁ ତାଙ୍କ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More