Only for Entertainment

କାନ୍ସରେ ଅଭୟ ଦେଓଲଙ୍କ ‘ଜଙ୍ଗଲ କ୍ରାଇ’ର ଟ୍ରେଲର । ଓଡ଼ିଶା ପିଲାଙ୍କ ଉପରେ ଆଧାରିତ ସତ୍ୟ ଘଟଣା ।

31

କାନ୍ସ ଫିଲ୍ମ ଫେଷ୍ଟିଭାଲ, ଭାରତୀୟ ତାରକାଙ୍କ ଉପସ୍ଥିତି ପାଇଁ ମଧ୍ୟ ଜଣାଶୁଣା । ପ୍ରତି ବର୍ଷ ବଲିଉଡର କେତେକ ତାରକା ଏଠାରେ ପହଂଚନ୍ତି । ଫିଲ୍ମର ସ୍କ୍ରିନିଂ ଏବଂ ଟ୍ରେଲର ଲଂଚ ଦେଖାଯାଏ । ଏହି ଲିଷ୍ଟରେ ବଲିଉଡର ଅନ୍ୟ ଏକ ନାମ ଯୋଡ଼ି ହୋଇ ଯାଇଛି । ସେହି ନାମ ହେଉଛି ଅଭୟ ଦେଓଲ ।

ବାସ୍ତବରେ ଅଭୟ ଦେଓଲଙ୍କ ଫିଲ୍ମ ‘ଜଙ୍ଗଲ କ୍ରାଇ’ର ଟ୍ରେଲର କାନ୍ସରେ ଲଂଚ କରାଗଲା । ଏହାର ନିର୍ଦ୍ଦେଶକ ହେଉଛନ୍ତି ସାଗର ବଲ୍ଲାରୀ । କାନ୍ସରେ ଫିଲ୍ମର ଟ୍ରେଲର ସହିତ ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । କୁହାଯାଉଛି ଏହି ଫିଲ୍ମ ବାସ୍ତବ ଘଟଣା ଉପରେ ଆଧାରିତ । ଫିଲ୍ମର କାହାଣୀ ୨୦୦୭ ଅଣ୍ଡର ୧୪ ରଗବି ଟିମର ଐତିହାସିକ ବିଜୟ ଉପରେ ଆଧାରିତ । ଫିଲ୍ମରେ କିଭଳି ଓଡ଼ିଶାର ଗ୍ରାମାଂଚଳର ପିଲା ଟିମ ଜୁନିଅର ରଗବି ବିଶ୍ୱକପ ପାଇଁ କିଭଳି ପ୍ରସ୍ତୁତ କରିଛନ୍ତି ସେହି ସମସ୍ତ ଘଟଣା ଏଥିରେ ଦେଖାଯିବ । ତେବେ ଫିଲ୍ମରେ ଅଭୟ କୋଚ ଭାବରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More