Only for Entertainment

ହୋଲିରେ ପରଦାକୁ ଆସିଲା ଭିନ୍ନ ସ୍ୱାଦର ୨ଟି ବଲିଉଡ୍ ଫିଲ୍ମ, କେଶରୀ ଓ ମର୍ଦ କୋ ଦର୍ଦ ନହି ହୋତା

India Today
21

ପରଦାକୁ ଆସିଲା ଭିନ୍ନ ସ୍ୱାଦର ୨ଟି ବଲିଉଡ୍ ଫିଲ୍ମ । ଗୋଟିଏ ପଟେ ରହିଛି ୱାର୍ – ଡ୍ରାମା କାହାଣୀ କେଶରୀ । ଯେଉଁଥିରେ ଅକ୍ଷୟ କୁମାର୍ ଓ ପରିଣୀତି ଚୋପ୍ରାଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିଛି । ଅନ୍ୟପଟେ ପରଦାକୁ ଆସିଛି ଭିନ୍ନ ସ୍ୱାଦର ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ମର୍ଦ କୋ ଦର୍ଦ ନହି ହୋତା । ଏହି ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦଶାନି ।

ୱାର୍ – ଡ୍ରାମା ଫିଲ୍ମ କେଶରୀରେ ଅକ୍ଷୟ କୁମାରଙ୍କ ଦମଦାର୍ ଶିଖ୍ ଅବତାର ଦେଖିବାକୁ ମିଳିଛି । ଚଳଚ୍ଚିତ୍ର କେଶରୀ ଏକ ପିରିଅଡ୍ – ଡ୍ରାମା ଫିଲ୍ମ । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁରାଗ ସିଂ । ୧୮୯୭ରେ ବ୍ରିଟିଶ – ଭାରତୀୟ ସେନାର ଏକ ଛୋଟ ଦଳ ଏବଂ ଆଫଗାନ୍ ସେନାଙ୍କ ମଧ୍ୟରେ ହୋଇଥିବା ଏକ ଯୁଦ୍ଧ – ‘ବ୍ୟାଟେଲ୍ ଅଫ୍ ସାରାଗାଢି’କୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । କିଭଳି ମାତ୍ର ୨୧ ଜଣ ବ୍ରିଟିଶ ଭାରତୀୟ ସେନା ଦଶ ହଜାର୍ ଆଫଗାନ୍ ସେନାଙ୍କ ମୁକାବିଲା କରନ୍ତି, ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ପରିଣୀତି ଚୋପ୍ରା । ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କେଶରୀରେ ଅକ୍ଷୟ କୁମାରଙ୍କ ଦମଦାର୍ ଆକ୍ସନ୍ ଦେଖିବାକୁ ମିଳିଛି । ସିନେମାର କାହାଣୀ ଓ ସଂଳାପ ଦେଇଛନ୍ତି ଗିରିଶ କୋହଲି ଓ ଅନୁରାଗ ସିଂ । ଫିଲ୍ମଟି ସିନେପ୍ରେମୀଙ୍କୁ ପସନ୍ଦ ଆସିପାରିଛି । ଏହା ସହିକ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

ଏହି ଫିଲ୍ମକୁ ଟକ୍କର୍ ଦେବା ପାଇଁ ମୁକ୍ତିଲାଭ କରିଛି ଏକ ଭିନ୍ନ ସ୍ୱାଦର ଆକ୍ସନ୍ – କମେଡି ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ । ଏହାର କାହଣୀ ସୂର୍ଯ୍ୟ ନାମକ ଏକ ଭିନ୍ନ ପିଲା ଉପରେ ଆଧାରିତ । ତା ପାଖରେ ରହିଛି ଏକ ଭିନ୍ନ ଟ୍ୟାଲେଂଟ୍ । ତାକୁ କେବେ ବି କଷ୍ଟ ହୁଏନି । କୌଣସି ବି ଆଘାତ ଲାଗୁ କେତେ ବି ରକ୍ତ ବାହାରୁ ତାକୁ କିନ୍ତୁ କଷ୍ଟ ହୁଏନି । ଆଉ ଏଥିପାଇଁ ସେ ବହୁତ ପାଣି ପିଏ । ସିନେମାରେ ସୂର୍ଯ୍ୟ ଭଳି ଏକ ୟୁନିକ୍ କ୍ୟାରାକ୍ଟରକୁ ପ୍ଲେ କରିଛନ୍ତି ନବାଗତ ନାୟକ ଅଭିମନ୍ୟୁ ଦଶାନି । ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ରାଧିକା ମଦନଙ୍କୁ ଦେଖିବାକୁ ମିଳିଛି । ଉଭୟ ଅଭିମନ୍ୟୁ ଓ ରାଧିକା ଏହି ସିନେମା ପାଇଁ ମାର୍ସାଲ୍ ଆର୍ଟର ତାଲିମ୍ ନେଇଛନ୍ତି । ଦୁହେଁ ବେଶ ଜବରଦସ୍ତ ଆକ୍ସନ୍ କରିବାରେ ମଧ୍ୟ ନଜର ଆସିଛନ୍ତି । ରୋନି ସ୍କୃବାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଭସନ ବଲା । ଫିଲ୍ମରେ ଅଭିମନ୍ୟୁ ଓ ରାଧିକାଙ୍କ ବ୍ୟତୀତ ଗୁଲସନ୍ ଦବୈୟା, ମହେଶ ମାଂଜରେକର୍, ଜିମିତ୍ ତ୍ରିବେଦୀଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି ।

ରିଲିଜ୍ ହୋଇଥିବା ଏହି ଦୁଇଟି ସିନେମା ମଧ୍ୟରୁ ଦର୍ଶକଙ୍କ ନଜର ରହିଛି ଚଳଚ୍ଚିତ୍ର କେଶରୀ ଉପରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More