Only for Entertainment

ଝିଅ ଆରାଧ୍ୟା ବାପା ଅଭିଷେକଙ୍କୁ ଦେଲେ ଏଭଳି ଗିଫ୍ଟ,ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ ।

bollywood tadka
0 70

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବେ ଫିଲ୍ମ ‘ମନମର୍ଜିୟାଁ’ରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ଅଭିଷେକ ଏକ ଫଟୋ ସେୟାର କରିଛନ୍ତି ଯାହା ସହିତ ସେ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ଯାହାକୁ ଅନ୍ୟ କେହି ନୁହେଁ ବରଂ ଆରାଧ୍ୟା ତାଙ୍କ ବାପା ଅଭିଷେକଙ୍କ ପାଇଁ ଲେଖିଛନ୍ତି ।

 

abhisek 2
ଏହି ଫଟୋରେ ଏକ ନୋଟ ଦେଖିବାକୁ ମିଳିଛି,ଯେଉଁଥିରେ ଆରାଧ୍ୟା ଆଇ ଲଭ ୟୁ ପାପା ଲେଖିଛନ୍ତି । ଏଥିରେ ଅଭିଷେକ ଲେଖିଛନ୍ତିଯେ ଆପଣ ଦୁଇ ମାସ ପରେ ଅଫିସ ଆସିଛନ୍ତି ଏବଂ ଆପଣଙ୍କ ଝିଅ ଏହି ଖାସ ମେସେଜ ଲେଖିଥିବେ । ଅଭିଷେକ ଏବଂ ଐଶ୍ଚର୍ଯ୍ୟା ଅଧିକାଂଶ ସମୟରେ ଝିଅ ଆରାଧ୍ୟା ସହିତ ଫଟୋ ସେୟାର କରିଥାନ୍ତି ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି ।

 

ଫିଲ୍ମରେ ଅଭିଷେକଙ୍କ ସହିତ ତାପସୀ ପନ୍ନୁ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଅନୁରାଗ କଶ୍ୟପ ଦେଉଛନ୍ତି । ଫିଲ୍ମକୁ ଆନନ୍ଦ ଏଲ ରୟ ପ୍ରଡ୍ୟୁସ କରୁଛନ୍ତି । ତେବେ ଏହି ଫିଲ୍ମ ପରେ ଅଭିଷେକ ଅନ୍ୟ ଏକ କମେଡି ଫିଲ୍ମ ମଧ୍ୟ କରିବେ । ଯାହାର ଟାଇଟଲ ହେବ ‘ବଚ୍ଚନ’ । ଫିଲ୍ମର ସୁଟିଂ ୫ ଜୁନରେ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More