‘ମନମର୍ଜିଆ’ ଫିଲ୍ମ ସୁଟିଂ ଶେଷ ହେବା ପରେ ଅଭିଷେକ ହେଲେ ଭାବବିହ୍ୱଳ, ଲେଖିଦେଲେ କିଛି ଏପରି !
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ, ବିକ୍କି କୌଶଳ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ ‘ମନମର୍ଜିଆ’କିଛି ବର୍ଷ ହେବ ଚର୍ଚ୍ଚାରେ ରହିଥିଲା । ଏହି ଫିଲ୍ମର ସୁଟିଂ କିଛି ଦିନ ହେବ ଶେଷ ହୋଇଯାଇଛି ଏବଂ ସୁଟିଂ ଶେଷ ହେବାରୁ ଅଭିଷେକ ଭାବ ବିହ୍ୱଳ ହୋଇ ଇନଷ୍ଟାଗ୍ରାମରେ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।
ନିଜ ପୋଷ୍ଟରେ ଅଭିଷେକ ଲେଖିଛନ୍ତି ଯେ ଫିଲ୍ମ ପ୍ରସ୍ତୁତ କରିବା ଏକ ଯାତ୍ରା ଅଟେ । ଫିଲ୍ମ ପ୍ରସ୍ତୁତ କରିବାରେ ସବୁଠାରୁ ଖାସ କଥା ହେଉଛି ଏହି ଯାତ୍ରା ସବୁବେଳ ପାଇଁ ସ୍ମୃତି ହୋଇ ରହିଯାଏ । ଏହି ଫିଲ୍ମରେ ସେ ସ୍ଥାନ ପାଇଥିବାରୁ ଅନୁରାଗ କଷ୍ୟପଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟ କରିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ‘ମନମର୍ଜିଆ’ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ କଷ୍ୟପ । ଅଭିଷେକ ତାଙ୍କ ପୋଷ୍ଟରୁ ଅତ୍ୟନ୍ତ ଖୁସିଥିବା ଜାହିର କରିଛନ୍ତି ଏବଂ ପୋଷ୍ଟରେ ତାଙ୍କ କୋ-ଷ୍ଟାରଙ୍କ ସମ୍ପର୍କରେ ମଧ୍ୟ ଲେଖିଛନ୍ତି ।