Only for Entertainment

ଅଭିଷେକ ବଚ୍ଚନ ଭୟରେ ୫ଟି ବଡ ଫିଲ୍ମରେ ଅଭିନୟ ପାଇଁ ମନା କରିଦେଇଥିଲେ, ୨ବର୍ଷ ପର୍ଯ୍ୟନ୍ତ ମିଳିନଥିଲା କୌଣସି କାମ !

healthydietroutine
0 69

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨ ବର୍ଷ ପରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ମନମାର୍ଜିୟା’ରେ ନଜର ଆସିବେ । ଏହି ଫିଲ୍ମରେ ଅଭିଷେକ ଜଣେ ସରଦାରଙ୍କ ଭୂମିକାରେ ଅଭିନୟ କରୁଛନ୍ତି । କିଛିଦିନ ପୂର୍ବରୁ ଏହି ଫିଲ୍ମରେ ଅଭିଷେକଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିଲା ।

ତେବେ ଅଭିଷେକଙ୍କୁ ଏହି ଫିଲ୍ମ ଦଲକିର ସଲମାନଙ୍କ ଛାଡିବା ପରେ ମିଳିଥିଲା । ଫିଲ୍ମ ‘ମନମର୍ଜିଆ’ ବ୍ୟତୀତ ଅଭିଷେକଙ୍କ ପାଖରେ ‘ହାଉସଫୁଲ ୪’ର ଅଫର ରହିଛିି । ଟାଇମ୍ସ ନାଓ ଖବର ଅନୁସାରେ, ଅଭିଷେକ ବଚ୍ଚନ ଏବେ ସୋଲୋ ଫିଲ୍ମ କରିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ସେ ୫ଟି ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ।

abhishek-bachchan-Contacts-Information

ଖବର ଅନୁସାରେ, ପ୍ରଭୁଦେବା ଅଭିଷେକଙ୍କୁ ‘ଲେଫ୍ଟୀ’ ଫିଲ୍ମର ଅଫର ଦେଇଥିଲା ବେଳେ ନିଶିକାନ୍ତ କାମତ ଏକ ଥ୍ରିଲର ଫିଲ୍ମ ଅଫର ଦେଇଥିଲେ । ଏହା ବ୍ୟତୀତ ପ୍ରିୟଦର୍ଶନ ଫ୍ୟାମିଲି କୋମେଡି ‘ବଚ୍ଚନ ସିଂହ’, ରୋନୀ କ୍ରସୱାଲାଙ୍କ ଏକ ଅନଲାଇଟଲ୍ଡ ଫିଲ୍ମ ଓ ଅନୁରାଗ କଶ୍ୟପଙ୍କ ‘ଗୁଲାବଜାମୁନ’ ପାଇଁ ଅଫର ଆସିଥିଲା । କିନ୍ତୁ ଏସବୁ ଫିଲ୍ମକୁ ଅଭିଷେକ ବଚ୍ଚନ ମନା କରି ଦେଇଥିଲେ । ଏହା ପଛର କାରଣ ଥିଲା କେବଳ ଗୋଟେ । ଅଭିଶେଷ ଏକା କୌଣସି ବି ଫିଲ୍ମ କରିବାକୁ ଚାହୁଁ ନାହାନ୍ତି । ଅଭିଶେଙ୍କୁ ଲାଗୁଛି କି, ସୋଲୋ ହିରୋ ରୂପରେ ତାଙ୍କୁ ଦର୍ଶକ ପସନ୍ଦ କରିବେ ନାହିଁ । ଯେଉଁଥିପାଇଁ ଏସବୁ ଫିଲ୍ମ କରିବାକୁ ମନା କରି ଦେଇଥିଲେ ବୋଲି ଶୁଣାଯାଉଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଅଭିଷେକଙ୍କୁ ତାଙ୍କ ଏକ ଫିଲ୍ମ ଫ୍ଲପ ହେବାର ଭୟ ରହିଛି । ଏହି କାରଣରୁ ହିଁ ମଲ୍ଟିଷ୍ଟାର ଫିଲ୍ମ କରି ଇଂଣ୍ଡଷ୍ଟ୍ରିରେ ରହିବା ପାଇଁ ଚାହୁଁଛନ୍ତି ଅଭିଷେକ । ଏଠାରେ ଆପଣଙ୍କୁ କହି ରଖୁଛୁ କି, କିଛି ଦିନ ପୂର୍ବରୁ ଅଭିଷେକ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମନା କରି ଦେଇଥିଲେ ।

‘ସିମ୍ବା’ରେ ଅଭିଷେକଙ୍କୁ ଖଳନାୟକ ରୋଲ ପାଇଁ ଅଫର ଦିଆଯାଇଥିଲା । ଏଥିପାଇଁ ଅଭିଷେକ ଫିଲ୍ମକୁ ମନା କରିଦେଇଥିଲେ ବୋଲି ଜାଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More