Only for Entertainment

ରୋହିତ ଶେଟ୍ଟୀଙ୍କ ଅଫରକୁ ଅଭିଷେକଙ୍କ ‘ନା’

DNA India
0 74

ଫିଲ୍ମ ମେକର ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ଅଭିଷେକ ବଚ୍ଚନ କାମ କରିବା ପାଇଁ ମନା କରିଦେଇଛନ୍ତି । ରୋହିତ ଅଭିଷେକଙ୍କୁ ଫିଲ୍ମରେ ଖଳନାୟକ ଭୂମିକା ଅଫର କରିଥିଲେ । ତେବେ ଅଭିଷେକ କ’ଣ ପାଇଁ ଏହି ରୋଲକୁ ମନାକରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ଅନୁସାରେ ବର୍ତ୍ତମାନ ଏହି ଚରିତ୍ରରେ ଆର ମାଧବନ ନଜର ଆସିବେ । ତେବେ ଅନୁମାନ କରାଯାଉଛି କ୍ୟାରିୟରର ଏହି ପର୍ଯ୍ୟାୟରେ ଅଭିଷେକ ନେଗେଟିଭ ରୋଲ କରିବାକୁ ଚାହୁଁନାହାନ୍ତି ।

simmba

କହିରଖୁଛୁ ଯେ ଏହା ପୂର୍ବରୁ ୨୦୧୨ରେ ରିଲିଜ ହୋଇଥିବା ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ବୋଲ ବଚ୍ଚନ’ରେ ଅଭିଷେକ ନଜର ଆସିଥିଲେ । ଏହାପରେ ମଧ୍ୟ ଅଭିଷେକ ରୋହିତଙ୍କ ଫିଲ୍ମରେ କାମ କରିବା ପାଇଁ ମନା କରିଛନ୍ତି । ତେବେ ଅଭିଷେକ ମନା କରିବା କଥା ଫିଲ୍ମର ପ୍ରଡ୍ୟୁସର କରଣ ଜୋହରଙ୍କୁ ମଧ୍ୟ ଆଶ୍ଟର୍ଯ୍ୟ କରିଦେଇଛି ।

ଖବର ଅନୁସାରେ ଅଭିଷେକ ବଚ୍ଚନ ଖୁବ ଶୀଘ୍ର ସାଜିଦ ଖାନଙ୍କ ଫିଲ୍ମ ‘ହାଉସଫୁଲ-୪’ ଏବଂ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ମନମର୍ଜିୟାଁ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More