ଜନମତରୁ ବଦଳିଲା ଯୁଗ ଯୁଗ ଧରି ଚାଲିଥିବା ପୁରୁଣା କାନୁନ,ଗର୍ଭପାତ ଉପରୁ ବ୍ୟାନ ଉଠାଯିବ ।
ଆୟରଲ୍ୟାଣ୍ଡରେ ଗର୍ଭପାତ ଉପରେ ପ୍ରତିବନ୍ଧ ହଟାଇବା ପାଇଁ ଏକ ଜନମତ ସଂଗ୍ରହ କରାଯାଇଥିଲା । ଏହାକୁ ୬୬.୪ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ଖବର ଅନୁସାରେ ମହିଳାଙ୍କ ଜୀବନକୁ ବିପଦ ଥିବା ସ୍ଥିତିରେ ଗର୍ଭପାତ କରିବାର ଅନୁମତି ରହିଛି ,ଏବଂ ବଳାତ୍କାର ମାମଲାରେ ଏହା ନାହିଁ ।
ବାସ୍ତବରେ ଭାରତୀୟ ଡାକ୍ତର ସବିତା ହଲପନବାରଙ୍କୁ ଆଇନ କାନୁନ କଥା କହି ୨୦୧୨ରେ ଆୟରିଶ ଡାକ୍ତର ଗର୍ଭପାତ କରିବାକୁ ମନା କରି ଦେଇଥିଲେ,ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି କାରଣରୁ ଆୟରଲ୍ୟାଣ୍ଡର ଲୋକ ସେହି କାନୁନକୁ ହଟାଇବା ପାଇଁ ସମ୍ବିଧାନକୁ ମଂଜୁର କରିଥିଲେ ।
ସେଠାର ପିଏମଙ୍କ କହିବା ଅନୁସାରେ ଲୋକଙ୍କ ମତ ଅନୁଯାୟୀ ଆଧୁନିକ ଦେଶରେ ଆଧୁନିକ ସମ୍ବିଧାନ ହେବା ଉଚିତ । ସମସ୍ତ ମତକୁ ଆଖି ସାମ୍ନାରେ ରଖି ଆଇନକୁ ପରିବର୍ତ୍ତନ କରାଯିବ । ତେଣୁ ସେଠାରେ ଗର୍ଭପାତ କାନୁନକୁ ମାନ୍ୟତା ମିଳିଯିବ ।