Only for Entertainment

ପୁଣି ଥରେ ଦେଖିବାକୁ ମିଳିଲା ହ୍ୟୁମାନ ସାଗର ଓ ଅନନ୍ୟାଙ୍କ ଯୁଗଳବନ୍ଦୀ, ରିଲିଜ ହେଲା ରୋମାଣ୍ଟିକ ସଙ୍ଗ ଅବୁଝା ହୃଦୟ

you tube
0 56

ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ବିଜେତା ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗାୟିକିର କମାଲ୍ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି । ମୁକ୍ତିଲାଭ କରିଥିବା ରୋମାଂଟିକ ଗୀତ ‘ଅବୁଝା ହୃଦୟ’ରେ ଦୁହିଁଙ୍କର ଯୁଗଳବନ୍ଦୀ ଦେଖିବାକୁ ମିଳିଛି ।

ଏମିତି ଏକ ଟାଇଟଲର ଗୀତକୁ ରେକର୍ଡ କରିବାରେ ନଜର ଆସିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏବଂ ତାଙ୍କ ସହ ଷ୍ଟୁଡିଓରେ ନଜର ଆସିଛନ୍ତି ଗାୟିକା ଅନନ୍ୟା । ଦୁହିଁଙ୍କ ମାଜିକାଲ୍ ଭଏସ୍ ଏହି ଗୀତକୁ କରିଛି ବେଶ ସୃତିମଧୂର । ଏହି ମନଛୁଆଁ ଗୀତରେ ଲିରିକ୍ସ ଦେଇଛନ୍ତି ସ୍ୟାମ ସୁନ୍ଦର ସିଂ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସନ୍ତୋଷ ଝା । ଆକର୍ଷଣୀୟ ଲିରିକ୍ସ ସହ ବେଶ ମନଲୋଭା ସଙ୍ଗୀତ ଶୁଣିବାକୁ ମିଳିଛି ଏହି ଗୀତରେ ।

ତେବେ ଗୀତର ମୁଖ୍ୟ ଆକର୍ଷଣ ହେଉଛନ୍ତି ହ୍ୟୁମାନ୍ ସାଗର ଓ ଅନନ୍ୟା । ଏହି ଯୋଡି ଓଲିଉଡକୁ ଗୋଟିଏ ପରେ ଗୋଟିଏ ଗୀତ ଭେଟି ଦେଇଛନ୍ତି । ଆଉ ସ୍ରୋତା ବି ଦୁହିଁଙ୍କ ଗାୟିକି ଶୁଣିବା ପାଇଁ ସବୁବେଳେ ଚାହିଁ ରହିଥାନ୍ତି । ଏବେ ରିଲିଜ୍ ହୋଇଥିବା ଗୀତ ‘ଅବୁଝା ହୃଦୟ’କୁ ସୋସିଆଲ୍ ମିଡିଆରେ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More