Only for Entertainment

ଆଦିତ୍ୟ ନାରାୟଣଙ୍କୁ ଭାରି ପଡ଼ିଲା ଟକ୍କର, ୧୪ ଦିନ ପରେ ମଧ୍ୟ ଡ୍ରାଇଭର ଅଚେତ ।

zeenews.india.com
0 41

ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିଜ ମର୍ସିଡିଜରେ ୧୨ ମାର୍ଚ୍ଚକୁ ଏକ ଅଟୋ ରିକ୍ସାକୁ ଧକ୍କା ମାରିଥିଲେ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ଖୁବ ଆଘାତ ପାଇଛନ୍ତି । ତାଙ୍କୁ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଆଇସିୟୁରେ ରଖାଯାଇଛି ।

ଖବର ଅନୁସାରେ ୧୪ ଦିନ ବିତି ଯାଇଥିଲେ ମଧ୍ୟ ରୋଗୀଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ସେ ଏବେ ମଧ୍ୟ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି ।

ସୂଚନା ଅନୁସାରେ ଯଦିଓ ସେ ଅଚେତ ଅବସ୍ଥାରେ ଅଛନ୍ତି ତଥାପି ବିପଦମୁକ୍ତ । କିନ୍ତୁ ଦୁର୍ଘଟଣା ପରେ ଚାଳକ ଜଣକ ପଦେ ମାତ୍ର କଥା କହିନାହାଁନ୍ତି । ତେବେ ଦୁର୍ଘଟଣା ଯୋଗୁଁ ତାଙ୍କ ମସ୍ତିଷ୍କ ଉପରେ ଗମ୍ଭୀର ପ୍ରଭାବ ପଡ଼ିଛି ।
ମିଡିଆ ରିପୋର୍ଟ ଅନୁସାରେ ଉଦିତଙ୍କ ପରିବାର ଅଟୋ ଚାଳକଙ୍କୁ ଦେଖା କରିବାକୁ ହସ୍ପିଟାଲ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More