Only for Entertainment

କରଣ ଜୋହରଙ୍କ ଫିଲ୍ମ କଳଙ୍କରେ ଘଟୁଛି ଏଭଳି ଦୁର୍ଘଟଣା ।

amarujala
0 41

କରଣ ଜୋହର ଏବେ ତାଙ୍କର ଅପକମିଂ ଫିଲ୍ମ କଳଙ୍କରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଏହି ଫିଲ୍ମରେ ଆଲିୟା ଭଟ୍ଟ,ବରୁଣ ଧାୱନ,ଆଦତ୍ୟ ରାୟ କପୁର ଏବଂ ସଂଜୟ ଦତ୍ତ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ସେଟ୍ରୁ ଏକ ଖରାପ ଖବର ଆସିଛି ।

ବର୍ଷା କାରଣରୁ କଳଙ୍କର ପୂରା ସେଟ ଭାଙ୍ଗିଭଲା ଏବଂ ସୁଟିଂ ମଝିରେ ବନ୍ଦ କରିବାକୁ ପଡ଼ିଲା । ଏହା ପୂର୍ବରୁ ସେଟରେ ବରୁଣ,ଆଦିତ୍ୟ ଏବଂ ଆଲିୟା ଆଘାତ ପାଇଥିବାର ଖବର ଆସିଥିଲା ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଫିଲ୍ମ ସେଟ୍କୁ ଚିତ୍ରକୂଟ ଗ୍ରାଉଣ୍ଡରେ ନିର୍ମାଣ କରାଯାଇଥିଲା । ସେହି ସ୍ଥାନରେ ସୁଟିଂ ହେଉଥିଲା । ମୁମ୍ବାଇରେ ହେଉଥିବା ପ୍ରବଳ ବର୍ଷା କାରଣରୁ ସେଟ୍ ଭାଙ୍ଗିଗଲା । ୨୦ ଦିନର ସୁଡ୍ୟୁଲ ଥିଲେ ମଧ୍ୟ ନିର୍ମାତା ବଂଚିଥିବା ଭାଗରେ ସୁଟିଂ କରିଥିଲେ ଏବଂ ଏହାପରେ ସୁଟିଂକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏବେ ନିର୍ମାତା ନିଷ୍ପତ୍ତି ନେଇଛନ୍ତିଯେ ବର୍ଷା ବନ୍ଦ ହେଲେ ସୁଟିଂ ଆରମ୍ଭ କରିବେ । ଫିଲ୍ମରେ ମାଧୁରୀ ଦିକ୍ଷୀତ ଏବଂ ସଂଜୟ ଦତ୍ତ ୨୫ ବର୍ଷ ପରେ ଏକା ସାଙ୍ଗରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More