Only for Entertainment

ଆପୋଷ ସମାଧାନ ଓ ଆଲୋଚନା ମାଧ୍ୟମରେ ସୁଖଦ ଦାମ୍ପତ୍ୟ ଜୀବନ ସମ୍ଭବ : ଗବେଷଣା

google
99

ବୈଜ୍ଞାନିକମାନେ ସୁଖଦ ବୈବାହିକ ଜୀବନ କିପରି କାଟି ହେବ ସେ ନେଇ ଦୀର୍ଘ ଗବେଷଣା ପରେ ଏକ ଫର୍ମୁଲା ବାହାର କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଯୁକ୍ତି ହେଉଛି,ଯେଉଁ ଦମ୍ପତି ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରିବା ଛାଡି ଶାନ୍ତିରେ ବସି ଆଲୋଚନାରେ ସମାଧାନର ବାଟ କାଢନ୍ତି ସେମାନଙ୍କ ଜୀବନ ଖୁସିରେ ଭରପୂର ରହିଥାଏ । ଆମେରିକାର ଟେନେସି ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଫର୍ମୁଲା ବାହାର କରିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ସମ୍ପର୍କ ବିଗୁଡିଛୁ ତେବେ କଥା ହୁଅ, ଆଲୋଚନା କର । ଝଗଡ଼ା କଲେ ସମ୍ପର୍କ ଅଧିକ ବିଗିଡିବ, ସମସ୍ୟାର ସମାଧାନ ହେବ ନାହିଁ ।

ଫ୍ୟାମିଲ ପ୍ରୋସେସ୍‍ ଜର୍ଣ୍ଣାଲ ଅନୁସାରେ ଏହି ଗବେଷଣା ଦୁଇ ବର୍ଗର ଦମ୍ପତିଙ୍କୁ ନେଇ କରାଯାଇଥିଲା । ପ୍ରଥମ ଗ୍ରୁପ୍‍ରେ ଏପରି ୫୭ଜଣ ଦମ୍ପତି ଥିଲେ ଯେଉଁମାନଙ୍କ ବୟସ ୩୦ ରୁ ୪୦ ବର୍ଷ ଥିଲା ଏବଂ ସେମାନଙ୍କ ବିବାହକୁ ୯ବର୍ଷ ଅତିକ୍ରମ କରିସାରିଥିଲା । ଅନ୍ୟ ଗ୍ରୁପ୍‍ରେ ୬୪ଜଣ ଦମ୍ପତି ଥିଲେ ଯେଉଁମାନଙ୍କ ବୟସ ୭୦ ବର୍ଷ ପାଖାପାଖି ଥିଲା, ଏବଂ ସେମାନେ ୪୦ବର୍ଷରୁ ଅଧିକ ବୈବାହିକ ଜୀବନ ବିତାଇ ସାରିଥିଲେ । ଜଣାପଡିଥିଲା ଯେ, ୭୦ବର୍ଷର ଅଧିକ ବୟସ୍କ ଦମ୍ପତିଙ୍କ ମଧ୍ୟରେ ଅନ୍ତରଙ୍ଗତା, ଖୋଲା ସମୟ କାଟିବା, ଘରୋଇ ସମସ୍ୟା, ସ୍ୱାସ୍ଥ୍ୟ, ଯୋଗାଯୋଗ ଏବଂ ଟଙ୍କା ଆଦି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହେଉଥିଲା । ଅନ୍ୟପଟେ ୩୦ ରୁ ୪୦ ବର୍ଷ ବୟସ୍କ ଦମ୍ପତିଙ୍କ ମଧ୍ୟରେ ଇର୍ଷା, ଧର୍ମ ଏବଂ ପାରିବାରିକ ଝଗଡ଼ା ଥିଲା ମୁଖ୍ୟ ପ୍ରସଙ୍ଗ ।

ଗବେଷଣା ପରେ ବୈଜ୍ଞାନିକମାନେ ଖୋଜି କାଢିଥିଲେ ଯେଉଁ ପ୍ରସଙ୍ଗକୁ ନେଇ ଦମ୍ପତିମାନେ ଜୋରଦାର ଚର୍ଚ୍ଚା କରୁଥିଲେ, ମାତ୍ର ଝଗଡାରୁ ଦୂରେଇ ରହୁଥିଲେ ସେହି ପ୍ରସଙ୍ଗର ସମାଧାନ ତୁରନ୍ତ ବାହାରୁଥିଲା । ଜଣାପଡିଥିଲା ଯେ, ଆପୋଷ ସମାଧାନ ଓ ଆଲୋଚନା ମାଧ୍ୟମରେ ସୁଖଦ ଦାମ୍ପତ୍ୟ ଜୀବନ ସମ୍ଭବ । ସମସ୍ୟାକୁ ଅଧିକ ଜୋର ଦେଲେ ଏହି ସମସ୍ୟାର ସମାଧାନ ବାଟ ବନ୍ଦ ହୋଇଯାଇଥାଏ । ଏହାଦ୍ୱାରା ସମ୍ପର୍କରେ ଫାଟ ହୁଏ, ବିଶ୍ୱାସରେ ମଧ୍ୟ ହ୍ରାସ ଘଟିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More