Special ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ By Kanak Lifestyle On Oct 8, 2018 House Beautiful 55 ଶେୟାର FacebookTwitterGoogle+PrintWhatsAppTelegramEmail ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅନେକ ପ୍ରକାର ଗଛ ରଖିବାକୁ ବାରଣ କରାଯାଇଥାଏ । ସାଧାରଣତଃ ତୁଳସୀ ଓ ମନି ପ୍ଲାଣ୍ଟ ଗଛ ରଖାଯାଇଥାଏ । ଏହା ସକରାତ୍ମକ ଶକ୍ତି ବିକାଶ କରିବା ସହ ଭାଗ୍ୟ ପରିବର୍ତ୍ତନ କରିଥାଏ ବୋଲି ବିଶ୍ୱାସ ରହିଛି । ମାତ୍ର ଏପରି କିଛି ଗଛ ଅଛି ଯାହାକୁ ଘରେ ରଖିବା କଥା ନୁହେଁ । ଏହା କଳହ, ବିବାଦ ଓ ନକରାତ୍ମକ ଶକ୍ତି ବିକାଶ କରିଥାଏ ବୋଲି ବିଶ୍ୱାସ ରହିଛି । ସପ୍ତ ଫୋଣୀ ବା ବିଭିନ୍ନ କାକ୍ଟସ୍ ଜାତୀୟ ଗଛ- ଏବେ ଘର ସଜ୍ଜା ପାଇଁ ଲୋକମାନେ କାକ୍ଟସ୍ ବା ସପ୍ତଫେଣୀ ଗଛକୁ ଘରେ ଲଗାଉଛନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଘରେ ଲଗାଯାଇ ନ ଥାଏ । Kanak Lifestyle ଘରେ ଗୋଲାପକୁ ଛାଡି ଦେଲେ ଅନ୍ୟ କଣ୍ଟା ଜାତୀୟ ଗଛ ନ ଲଗାଇବା ଭଲ । ଏହା ନକରାତ୍ମକ ଶକ୍ତି ବିକାଶ କରିଥାଏ । ବବୁଲ ଗଛ ବି ଘରେ ନ ଲଗାଇଲେ ଭଲ । ବିଶ୍ୱାସ ରହିଛି ଏହି ନକରାତ୍ମକ ଶକ୍ତି ବିକାଶ କରେ । ବୋନସାଇ ଘରେ ବୋନସାଇ ଗଛ ସାଜ ସଜ୍ଜା ପାଇଁ ରଖାଯାଇଥାଏ । ଏହାକୁ ଘର ଭିତରେ ନ ରଖି ଏକ ଖୋଲା ସ୍ଥାନରେ ରଖନ୍ତି । ତେନ୍ତୁଳି ଗଛ- ବିଶ୍ୱାସ ରହିଛି ତେନ୍ତୁଳି ଗଛରେ ଆତ୍ମା ମାନେ ବାସ କରିଥାଆନ୍ତି । ସେଥିପାଇଁ ଘର ନିକଟରେ ତେନ୍ତୁଳି ଗଛ ଲଗାଯାଏ ନାହିଁ । 55 ଶେୟାର