Only for Entertainment

ଘର ନିର୍ମାଣ ସମୟରେ କେଉଁ ସ୍ଥାନରେ କ’ଣ ରହିବା ଉଚିତ,ଏବଂ ଘରର ମାଲିକ କେଉଁ ସ୍ଥାନରେ ଶୋଇବା ଉଚିତ ।

A Farmgirl's Dabbles
50

କୁହାଯାଏ ଯଦି ବାସ୍ତୁ ଦୋଷ ରହିଥାଏ ତେବେ କୌଣସି କାମରେ ସଫଳତା ମିଳେ ନାହିଁ । ସେହିଭଳି କିଛି ବାସ୍ତୁ କଥା ରହିଛି ଘର ନିର୍ମାଣକୁ ନେଇ । ଆପଣ ଜାଣନ୍ତି କି କୁହାଯାଏ ଯଦି ବାସ୍ତୁ ଅନୁସାରେ ଆପଣ ଠିକ ଭାବରେ ଘର ନିର୍ମାଣ କରିନଥିବେ ତେବେ ବାସ୍ତୁ ଦୋଷ ଲାଗିଥାଏ,ଏବଂ ଆପଣଙ୍କର ପ୍ରତ୍ୟେକଟି କାମରେ ବାଧା ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ ଆଲୋଚନା କରିବା ସେହିଭଳି କିଛି କଥା ବିଷୟରେ ଯାହା ବାସ୍ତୁକୁ ସଙ୍କେତ କରିଥାଏ ।

ବାସ୍ତୁରେ ଉତ୍ତର-ପୂର୍ବ ଦିଗକୁ ଈଶାନ ବୋଲି କୁହାଯାଏ । ଏହାର ଜଳର ଦିଗ ବୋଲି ମଧ୍ୟ କୁହାଯାଏ ।ତେଣୁ ବାସ୍ତୁରେ କୁହାଯାଇଛିଯେ ଏହି ଦିଗରେ ବୋରିଙ୍ଗ,ସ୍ୱିମିଙ୍ଗ ପୁଲ ଏବଂ ପୂଜା ସ୍ଥଳ ନିର୍ମାଣ କରିବା ଦ୍ୱାରା ଶୁଭ ହୋଇଥାଏ ।

ଉତ୍ତର ଦିଗକୁ ଘରର ଝରକା ଏବଂ କବାଟ ପାଇଁ ଶୁଭ ବୋଲି କୁହାଯାଏ ।ତେଣୁ କୁହାଯାଏ ଘରର ବାଲକୋନି ଏବଂ ୱାଶ ବେସିନ ଏହି ଦିଗରେ କରିବା ଉଚିତ ।

ଘରର ଦକ୍ଷିଣ ଦିଗକୁ ଉଂଚା ରଖିବା ଉଚିତ ।ତେଣୁ ଧ୍ୟାନ ରଖିବା ଉଚିତଯେ ଭୁଲରେ ମଧ୍ୟ ଘରର ଦକ୍ଷିଣ ଦିଗରେ ଶୌଚାଳୟ କରିବା ଅନୁଚିତ ।

ଦକ୍ଷିଣ-ପୂର୍ବ ଦିଗକୁ ଅଗ୍ନିଙ୍କ ଦିଗ ବୋଲି କୁହାଯାଏ । ଏହି ଦିଗରେ ଗ୍ୟାସ,ବଏଲର ଭଳି ଜିନିଷ ଲଗାଇବା ଉଚିତ । କାରଣ ପୂର୍ବ ସୂର୍ଯ୍ୟୋଦୟର ଦିଗ । ଏହି ଦିଗରେ ଘରର ପ୍ରବେଶ ଦ୍ୱାର ହେବାକୁ ଶୁଭ ବୋଲି କୁହାଯାଏ । ଏହା ସହିତ ଘରର ଝରକା ମଧ୍ୟ ପୂର୍ବ ଦିଗରେ ହେବା ଉଚିତ ।

ଉତ୍ତର-ପଶ୍ଚିମ ଦିଗରେ ବେଡରୁମ,ଗୋଶାଳା ଆଦି ନିର୍ମାଣ କରିବା ଶୁଭ ହୋଇଥାଏ ।

ପଶ୍ଚିମ ଦିଗରେ ରୋଷେଇ ଘର ଏବଂ ଟଏଲେଟ ନିର୍ମାଣ କରିବାକୁ ଶୁଭ ବୋଲି କୁହାଯାଏ ।ଏହି ଦିଗରେ ଝରକା କବାଟ ଲଗାଇବା ଅନୁଚିତ,କିନ୍ତୁ ଘରର ମୁଖ୍ୟ ବ୍ୟକ୍ତିଙ୍କ ବଖରା ଏହି ଦିଗରେ ହେବାକୁ ଶୁଭ ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More