କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଭଲ ଜାଣି ରଖନ୍ତୁ
ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ କରିବା ସମୟରେ ଯଦି ଉଚିତ ଦିଗକୁ ମୁହଁ କରି ରୋଷେଇ ନ କରାଯାଏ ତେବେ ଏହାର ପ୍ରଭାବ ଘର ଉପରେ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଭଲ ଓ କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଖରାପ –
- ପୂର୍ବଦିଗକୁ ମୁହଁ କରି ରୋଷେଇ କରନ୍ତୁ। ଏହାଦ୍ଵାରା ଆପଣଙ୍କର କୌଣସି ଅସୁବିଧା ରହିବ ନାହିଁ। ଉତ୍ତର, ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁକରି ଆଦୌ ରୋଷେଇ କରନ୍ତୁ ନାହିଁ। -ଉତ୍ତରଦିଗକୁ ମୁହଁକରି ରୋଷେଇ କରିବା ଦ୍ବାରା ବ୍ୟବସାୟରେ କ୍ଷତି ଦେଖା ଦେଇଥାଏ।
- ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ପରିବାର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ।
- ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ହାଡ଼ କିମ୍ବା ଚର୍ମ ରୋଗ ଦେଖା ଦେଇଥାଏ।
- ଦକ୍ଷିଣ ଦିଗକୁ ମୁହଁକରି ରୋଷେଇ କଲେ ମହିଳାମାନେ ଲଗାତର ଭାବେ ରୋଗରେ ପଡ଼ିଥାଆନ୍ତି।
- ଉତ୍ତର-ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କରିବା ଦ୍ବାରା ନକରାତ୍ମକ ଶକ୍ତି ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।