Only for Entertainment

ରାଶି ଅନୁସାରେ ଧାତୁ

YouTube
0 140

ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହ ଏବଂ ସେହି ଗ୍ରହ ସମ୍ବନ୍ଧିତ ଅଲଗା ଅଲଗା ଧାତୁ ବିଷୟରେ ବର୍ଣ୍ଣନା ରହିଛି । କୁଣ୍ଡଳୀରେ ଯଦି କୌଣସି ଗ୍ରହ ଅଶୁଭ ରହୁଛି ତେବେ ସେହି ଅଶୁଭର ନିରାକରଣ ପାଇଁ ଧାତୁର ବ୍ୟବହାର କରିବାକୁ କୁହାଯାଇଥାଏ । ଗ୍ରହ ଦୋଷ ଦୂର ପାଇଁ ଆମ ରାଶି ଓ ଗ୍ରହର ଅବସ୍ଥାକୁ ଦେଖି ଧାତୁ ବ୍ୟବହାର କରିବା ପାଇଁ କୁହାଯାଇଥାଏ । ଏହି ଧାତୁରୁ ନିର୍ମିତ ମୁଦି, ବ୍ରେସଲେଟ କିମ୍ବା ଚେନ ତିଆରି କରି ଧାରଣ କରିବା ଦ୍ୱାରା ଗ୍ରହ ସ୍ଥିତିରେ ଉନ୍ନତି ଘଟିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଧାତୁର ବ୍ୟବହାର କରିବା ।

  • ସୁନା: ସୁନା ହେଉଛି ଗୁରୁଙ୍କର ପ୍ରତୀକ । ଏହି ଧାତୁ ମେଷ, କର୍କଟ, ସିଂହ, ଧନୁ, ଏବଂ ମୀନ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ।
  • ତମ୍ବା: ଏହି ଧାତୁ ହେଉଛି ସୂର୍ଯ୍ୟଙ୍କର ପ୍ରତୀକ । ମେଷ, ସିଂହ ଓ ବିଛା ରାଶିଙ୍କ ପାଇଁ ଏହି ଧାତୁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।
  • ଲୁହା: ଏହା ହେଉଛି ଶନିଙ୍କର କାରକ । ମକର, କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଧାତୁ ବେଶ ଉପଯୋଗୀ ହୋଇଥାଏ ।
  • ରୂପା: ଏହି ଧାତୁର ସ୍ୱାମୀ ହେଉଛନ୍ତି ଚନ୍ଦ୍ର । ବୃଷ, କର୍କଟ, ତୁଳା, ବିଛା ଓ ମୀନ ଆଦି ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭଦାୟକ ।
  • ପିତଳ: ଏହି ଧାତୁର ସମ୍ବନ୍ଧ ମଧ୍ୟ ଗୁରୁ ଗ୍ରହଙ୍କ ସହିତ ରହିଥାଏ । ମେଷ, କର୍କଟ, ସିଂହ, ଧନୁ ଏବଂ ମୀନ ଆଦି ରାଶିର ଲୋକମାନେ ଏହି ଧାତୁର ଉପଯୋଗ କରିବା ଦ୍ୱାରା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ।
  • କାଂସ୍ୟ: ଏହା ଏକ ମିଶ୍ର ଧାତୁ । ଏହା ବୁଧ ସମ୍ବନ୍ଧୀୟ ଧାତୁ ରୂପେ ଗଣାଯାଇଥାଏ । ମିଥୁନ ଓ କନ୍ୟା ରାଶିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More