Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆଚାରୀ ଛତୁ ।

44

ଛତୁ ଖାଇବାକୁ ସମସ୍ତେ ଭଲ ପାଆନ୍ତି ।ତାହାକୁ ନେଇ ଭିନ୍ନ ଭିନ୍ନ ରେସିପି ମଧ୍ୟ ରହିଛି । ଯଦି ଭିନ୍ନ ସ୍ୱାଦର ରେସିପି ମିଳିଯବ ତେବେ ସ୍ୱାଦର ମଜା ନିଆରା ହୋଇଯିବ । ସେହିଭଳି ଏକ ରେସିପି ହେଉଛି ଆଚାରୀ ଛତୁ । ଛତୁର ଖଟାମିଠା ସ୍ୱାଦ ପାଇଁ ଆପଣାନ୍ତୁ ଏହି ଆଚାର ରେସିପି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ।
ଆବଶ୍ୟକୀୟ ସାମଗ୍ରୀ:

ଛତୁ- ୪୦୦ଗ୍ରାମ
ତେଲ- ୩ ବଡ ଚାମଚ
ପାନ ମଧୁରି- ୧ଚାମଚ
ରାଶି-ଅଧ ଚାମଚ
ଶୁଖିଲା ଧନିଆ- ୧ ବଡ ଚାମଚ
ମେଥି ଦାନା- ୧/୪ ଚାମଚ
ଅଦା ରସୁଣ ପେଷ୍ଟ- ୧ ବଡ ଚାମଚ
ହଳସୀ- ଅଧ ଚାମଚ
ଟମାଟର- ୧୮୦ଗ୍ରାମ
ଲଙ୍କା ପାଉଡର- ଅଧ ଚାମଚ
ଲୁଣ- ଦେଢ ଚାମଚ
ଗହମର ଅଟା- ୩୦୦ଗ୍ରାମ
ପାଣି- ୧୫୦ମିଲିଲିଟର

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ୪୦୦ଗ୍ରାମ ଛତୁ ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏକ ପ୍ୟାନରେ ଏକ ଚାମଚ ତେଲ ନେଇ ଏହାକୁ ଗରମ କରନ୍ତୁ , ସେଥିରେ ଏକ ଚାମଚ ପାନ ମଧୁରୀ, ଏକ ଚାମଚ ରାଶି, ଏକ ଚାମଚ ଶୁଖିଲା ଧନିଆ, ୧/୪ ଚାମଚ ମେଥି ଦାନା ମିଶାନ୍ତୁ । ଏହାପରେ ସେଥିରେ ଏକ ବଡ ଚାମଚରେ ଅଦା ରସୁଣ ପେଷ୍ଟ୍ ପକାନ୍ତୁ । ସେଥିରେ ଅଧ ଚାମଚ ହଳଦି ଗୁଣ୍ଡ ମିଶାନ୍ତୁ । ଏହାପରେ ସେଥିରେ ୧୮୦ଗ୍ରାମର ଟମାଟ ମିଶାଇ ତାକୁ ଭଲ ଭାବେ ନରମ ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଲଙ୍କା ପାଉଡର ଓ ଲୁଣ ପକାନ୍ତୁ । ଏହାପରେ ୪୦୦ଗ୍ରାମର ଛତୁ ମିଶାଇ କମ୍ ଆଞ୍ଚରେ ୭ମିନିଟ ରାନ୍ଧନ୍ତୁ । ଗ୍ୟାସ ବନ୍ଦ କଲା ପରେ ଏହାକୁ ସାଇଡ୍ରେ ରଖିଦିଅନ୍ତୁ । ଏହାପରେ ଗୋଟେ ପାତ୍ରରେ ୩୦୦ଗ୍ରାମ ଗହମର ଅଟା, ଅଧ ଚାମଚ ଲୁଣ, ଦୁଇ ଚାମଚ ତେଲ ସହିତ ୧୫୦ ମିଲିଲିଟର ପାଣି ମିଶାଇ ନରମ ହେବା ପର୍ଯ୍ୟନ୍ତ ଅଟାକୁ ଚକଡନ୍ତୁ ।ଏହାପରେ ୧୫ ମିନିଟ ଚକଡିଥିବା ଅଟାକୁ ରଖିଦିଅନ୍ତୁ, ୧୫ ମିନିଟ ପରେ ସେହି ଅଟାରେ ରୋଟି ତିଆରି କରନ୍ତୁ । ତିଆରି କରିଥିବା ରୋଟିକୁ ଗରମ ତାୱାରେ ୨-୩ ମିନିଟ ଯାଏ ସେକି ଦିଅନ୍ତୁ । ଏହାପରେ ରୋଟି ଓ ଛତୁରେ ଆପଣ ଧନିଆ ଗାନିସ୍ କରି ଅନ୍ୟମାନଙ୍କୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More