Only for Entertainment

ରିଲିଜ ହେଲା ‘ଫନ୍ନେ ଖାଁ’ର ଆଉ ଏକ ଗୀତ ‘ଅଚ୍ଛେ ଦିନ’, ଦେଖନ୍ତୁ ଭିଡିଓ ।

ndtv
0 35

ଅଭିନେତା ଅନିଲ କପୁର, ଐଶ୍ୱର୍ୟ୍ୟା ରାୟ ଏବଂ ରାଜ କୁମାର ରାଓଙ୍କ ଆଗାମୀ ବଲିଉଡ ଫିଲ୍ମ ‘ଫନ୍ନେ ଖାଁ’ର ଆଉ ଏକ ଗୀତ ‘ଅଚ୍ଛେ ଦିନ’କୁ କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଏହି ଗୀତରେ ଜଣେ ବାପା କିପରି ଝିଅକୁ ବଡ ସିଙ୍ଗର କରିବା ପାଇଁ କେତେ ପରିଶ୍ରମ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଟି ସିରିଜର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଗୀତକୁ ଲଂଚ କରାଯାଇଛି ।

ଅମିତ ତ୍ରୀବେଦୀ ଏହି ଗୀତରେ ଭଏସ ଦେବା ସହ ଏହାର ମ୍ୟୁଜିକ ମଧ୍ୟ ଦେଇଛନ୍ତି । ଗୀତର ଲିରିକ୍ସ ଲେଖିଛନ୍ତି ଇର୍ଶାଦ କାମଲି । ଗୀତଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହା ପୂର୍ବରୁ ଫିଲ୍ମ ପ୍ରଥମ ଗୀତ ‘ମହବତ’ ଏବଂ ଆଉ ଏକ ଗୀତ ହାଲକା ହାଲକା ରିଲିଜ କରାଯାଇଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହା ସହିତ ଫିଲ୍ମର ଟ୍ରେଲର ମଧ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଛି । ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More