ପୁଣି ଏକ କଲେଜ ଲଭଷ୍ଟୋରି ନେଇ ଆସୁଛନ୍ତି ଅଭିନେତା ଅମ୍ଲାନ
୨୦୦୪ର ବ୍ଲକ ବଷ୍ଟର ସିନେମା ‘ଆଇ ଲଭ୍ ୟୁ’ ପରେ ଓଡ଼ିଆ ଦର୍ଶକ ଅନେକ ପ୍ରେମ କାହାଣୀ ଭିତ୍ତିକ ସିନେମା ଦେଖିବାକୁ ପାଉଛନ୍ତି । ଅବଶ୍ୟ ଏଥିମଧ୍ୟରୁ ଅନେକଗୁଡ଼ିଏ କଲେଜ୍ ଲଭଷ୍ଟୋରି ବି ରହିଛି । ଏବେ ଓଲିଉଡରେ ପୁଣି ନିର୍ମିତ ହେଉଛି ଏକ କଲେଜ ଲଭ୍ଷ୍ଟୋରୀ ଉପରେ ଆଧାରିତ ସିନେମା । ଏହାର ଟାଇଟଲ ହେଲା ‘ରୋମିଓ ରାଜା’ । ଏଥିରେ ଦର୍ଶକ ନାୟକ ଭାବେ ଅଭିନେତା ଅମ୍ଲାନ ଓ ନାୟିକା ତମନ୍ନାଙ୍କୁ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ପାଇବେ । ଉଭୟ ଅମ୍ଲାନ୍ ଓ ତମନ୍ନା ‘ରୋମିଓ ରାଜା’ରେ କଲେଜ ପଢ଼ୁଆ ଭୂମିକାରେ ଅଛନ୍ତି । ପ୍ରଥମ ଦେଖାରେ ଉଭୟେ ପରସ୍ପରକୁ ପ୍ରେମ କରି ବସୁଛନ୍ତି । କିନ୍ତୁ ତା’ ପରେ କ’ଣ ସବୁ ଘଟୁଛି ତାହା ଏହାର ମୁଖ୍ୟ ପ୍ରସଙ୍ଗ । ଏହା ଏକ ଭିନ୍ନ ଧରଣର ଲଭଷ୍ଟୋରି ବୋଲି କୁହାଯାଉଛି ।
ଏନ୍ ବି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଅମ୍ଲାନ ଏବଂ ତମନ୍ନାଙ୍କ ବ୍ୟତୀତ ବାବୁ ପ୍ରଧାନ, ହରିହର ମହାପାତ୍ର, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ ଓ ରାଜଲକ୍ଷ୍ମୀ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନବାଗତ ରାକେଶ ସାମଲ । ଜମେଶ ଶୁକ୍ଳା ଏହାର ସଂଳାପ ରଚନା କରିଥିବା ବେଳେ ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ୱାଇଁ, ଡଃ ସୁବୋଧ ଦାସ ପ୍ରମୁଖ ଗୀତ ରାଚନା କରିଛନ୍ତି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର । ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଗିତିଶ୍ରୀ ସରୋଜ ଏଥିରେ କଣ୍ଠଦାନ କରିଥିବା ଜଣାଯାଇଛି ।