Only for Entertainment

‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କ ପରଲୋକ

The Indian Express
282

ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଆଉ ଆମମାନଙ୍କ ଭିତରେ ନାହାନ୍ତି। ଗତକାଲି ତାଙ୍କର ପରଲୋକ ଘଟିଯାଇଛି।

ଏସଂପର୍କରେ ଜଣାଶୁଣା ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଏଥିଲାଗି ଗଭୀର ଶୋକ ପ୍ରକାଶ କରିବା ସହ ଗୁରୁଜୀଙ୍କଠାରୁ କଠିନ ପରିଶ୍ରମ,ଶୃଙ୍ଖଳା ଏବଂ କଥକ ନୃତ୍ୟ ପ୍ରତି ପ୍ରକୃତ ଭଲପାଇବା ଶିଖାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।


ବୀରୁ କ୍ରିଷ୍ଣନ୍ ଅମୀର ଖାନ୍, କରିସ୍ମା କପୁରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’, ଅଭିନୀତ ସୁପରହିଟ୍ ଫିଲ୍ମ ‘ମନୀଷା କୋଇରାଲା ଅଭିନୀତ ସୁପରହିଟ୍ ଫିଲ୍ମ ‘ ଅକେଲେ ହମ୍ ଅକେଲେ ତୁମ୍’ ଏବଂ ଅମୀର ଖାନ୍, ଜୁହି ଚାୱଲା, ଅଜୟ ଦେବଗନ୍ ଓ କାଜୋଲଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଇଶ୍କ’ରେ ନିଜର ପ୍ରଭାବଶାଳୀ ଅଭିନୟ ଲାଗି ସ୍ମରଣୀୟ ହୋଇ ରହିବେ।

ନିକଟରେ ଯେତେବେଳେ ବଲିଉଡ ନାୟିକା କାଟ୍ରିନା କୈଫଙ୍କୁ ନିଜର ପ୍ରିୟ ଗୁରୁଙ୍କ ନାମ କହିବାକୁ କୁହାଯାଇଥିଲା ସେତେବେଳେ ସେ କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କ ନାମ କହିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More