Only for Entertainment

ଆର୍ନ୍ତଜାତୀୟ ପୁରୁଷ ଦିବସ: ପୁରୁଷଙ୍କ ଉପରେ ଆୟୁଷ୍ମାନଙ୍କ କବିତା ଇଂଟରନେଟରେ ହେଉଛି ଭାଇରାଲ !

54

ଆଜି ଅର୍ଥାତ ୧୯ନଭେମ୍ବରରେ ସାରା ଦୁନିଆରେ ବିଶ୍ୱ ପୁରୁଷ ଦିବସ ସେଲିବ୍ରେଟ କରାଯାଉଛି । ପୁରୁଷଙ୍କ ମଧ୍ୟରେ ସକରାତ୍ମକ ଭୂମିକା ତୁଲାଇଥିବା ମଡେଲ ମାନଙ୍କୁ ହାଇଲାଇଟ କରିବା ପାଇଁ ଏହି ଦିନକୁ ସେଲିବ୍ରେଟ କରାଯାଏ । ଏହି ଦିନରେ ପୁରୁଷଙ୍କ ସହ ଜଡିତ କୌଣସି ବିଶେଷ ବିଷୟ ଯେପରିକି ମାନସିକ ଅବସ୍ଥା, ଟକ୍ସିକ ମେସ୍କ୍ୟୁଲିନିଟି, ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା କରିବା ପ୍ରଚଳନ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଚେଷ୍ଟା କରାଯାଇଥାଏ ।

ବଲିଉଡରେ ଏଭଳି ଅନେକ ଫିଲ୍ମ ପ୍ରସ୍ତୁତ ହୋଇସାରିଲାଣି ଯେଉଁଥିରେ ପୁରୁଷମାନଙ୍କ ପ୍ରଭୁତ୍ୱକୁ ଦେଖା ଯାଇଥାଏ । ସମାଜରେ ପୁରୁଷମାନଙ୍କୁ ନେଇ ଏଭଳି ଧାରଣା ହୋଇସାରିଛି ଯେ ‘ମର୍ଦ କୋ କଭି ଦର୍ଦ ନହିଁ ହୋତା’, ଯାହା କି ବିଗ ବିଙ୍କ ଫିଲ୍ମ ‘ମର୍ଦ’ର ଏକ ପ୍ରସିଦ୍ଧ ଡାଏଲଗ ଅଟେ ।

 

View this post on Instagram

 

‪This coming International Men’s Day let’s find out with me and @themancompany ‬ ‪#themancompany #gentlemaninyou

A post shared by Ayushmann Khurrana (@ayushmannk) on

ଏବେ ଅଭିନେତା ଆୟୁଷ୍ମାନ ଖୁରାନା ଲମ୍ବା ସମୟ ଧରି ଚାଲି ଆସିଥିବା ଭାବନାକୁ ନିଜ ନୂଆ କବିତା ଦ୍ୱାରା ଭୂଲ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କବିତାକୁ ଲେଖିଛନ୍ତି ଗୌରବ ସୋଲଙ୍କି । ଏଥିରେ ପୁରୁଷଙ୍କ ବିଷୟରେ ସଂକ୍ଷେପରେ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More