Only for Entertainment

ଆୟୁଶ୍ମାନ ଖୁରାନା ଶେୟାର କଲେ ‘ଆର୍ଟିକଲ୧୫’ର ନୂଆ ପୋଷ୍ଟର !

28

ଫିଲ୍ମ ‘ବଧାଇ ହୋ’ରେ ଦର୍ଶକଙ୍କୁ ଇମ୍ପ୍ରେସ କରିସାରିଥିବା ଅଭିନେତା ଆୟୁଷ୍ମାନ ଖରାନା ଏବେ ପୁଣି ଥରେ ନିଜ ଆଗାମୀ ଫିଲ୍ମ ‘ଆର୍ଟିକଲ ୧୫’ରେ ଦର୍ଶକଙ୍କ ମନ ଜିତିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ମେକର୍ସ ଆଜି ଟିଜର ରିଲିଜ କରିପାରନ୍ତି । ଏହାପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ ଜାରୀ କରିଛନ୍ତି ।

ନିଜ ଟ୍ୱିଟର ଅକାଉଂଟରେ ଆୟୁଷ୍ମାନ ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି । ଯେଉଁଥିରେ ଏହି ଫିଲ୍ମ ପୁଲିସବାଲା ଅବତାରରେ ଖୁବ ଷ୍ଟନିଂ ନଜର ଆସିଛନ୍ତି । ଏଥିରେ ଅଭିନେତାଙ୍କ କ୍ଲୋଜଅପ ଫଟୋ ଦେଖିବାକୁ ମିଳିଛି ।

ଫିଲ୍ମର ଟ୍ୟାଗଲାଇନ ରହିଛି ‘ଫର୍କ ବହତ କର ଲିୟା, ଅବ ଫର୍କ ଲାୟେଙ୍ଗେ’ । ମେକର୍ସଙ୍କ କହିବା ମୁତାବକ ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ।ଏଠାରେ ଆମେ କହି ରଖୁଛୁ ଯେ ଭାରତୀୟ ସମ୍ବିଧାନରେ ସାମିଲ ‘ଆର୍ଟିକାଲ୧୫’ଧର୍ମ, ଜାତି, ଲିଙ୍ଗ ଏବଂ ଜନ୍ମ ସ୍ଥାନ ଉପରେ ଆଧାରିତ ଭେଦଭାବ ଉପରେ ରୋକ ଲଗାଇବା ବିଷୟରେ ।

ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏହି ଫିଲ୍ମରେ ଇଶା ତଲବାର, ମନୋଜ ପାହବା, ସୟାନୀ ଗୁପ୍ତା, କୁମୁଦ ମିଶ୍ରା, ଆଶୀଷ ବର୍ମା, ସୁଶୀଲ ପାଣ୍ଡେ, ଜୀଶାନ ଅୟୁବ ଭଳି ଅଭିନେତ୍ରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More