Only for Entertainment

କେବଳ ସେମିତି କ୍ରିସ ହେମ୍ସବର୍ଥ ହୋଇଯାଇନାହାନ୍ତି ‘ଥର’ , ୱାର୍କଆଉଟ ପାଇଁ କରୁଛନ୍ତି କଠିନ ପରିଶ୍ରମ !

37

ହଲିଉଡ ପରଦାରେ ଥର ନାଁରେ ଚର୍ଚ୍ଚାରେ ରହୁଥିବା ଅଭିନେତା କ୍ରିସ ହେମ୍ସବର୍ଥ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । କିଛି ଦିନ ହେବ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କ୍ରିସ ହେମ୍ସବର୍ଥଙ୍କ ଅନ୍ଦାଜ ଫ୍ୟାନ୍ସଙ୍କୁ ବନାଇଛି ଦିୱାନା । ଆଜ୍ଞା ହଁ , ସେ ନିଜକୁ ଫିଟ ରଖିବା ପାଇଁ ଖୁବ ନିଆରା ଅନ୍ଦାଜରେ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ କ୍ରିସ ଏକ ଜିମରେ ଅନେକ ଷ୍ଟେପ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ତାଙ୍କ ଜିମ ଟ୍ରେନର ନେଇଛନ୍ତି । ସେହିଭଳି କ୍ରିସ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଦର୍ଶକଙ୍କୁ ତାଙ୍କର ଏହି ଭିଡିଓ ଖୁବ ପସନ୍ଦ ଆସିଛି । ଏବେ ପର୍ଯ୍ୟନ୍ତ ତାଙ୍କ ଭିଡିଓକୁ ୩କୋଟିରୁ ଅଧିକ ଲୋକ ଦେଖି ସାରିଲେଣି ।

 

View this post on Instagram

 

Trying to lock in on my workout spirit animal for 2019 @zocobodypro @da_rulk

A post shared by Chris Hemsworth (@chrishemsworth) on

ଏଠାରେ ଆମେ କହି ରଖୁଛୁ ଯେ କ୍ରିସ ହେମ୍ସବର୍ଥ ହଲିଉଡରେ ଅନେକ ଫିଲ୍ମରେ ନଜର ଆସିଛନ୍ତି , କିନ୍ତୁ ଫିଲ୍ମ ସିରିଜ ଥର କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସେ ଖୁବ ଶୀଘ୍ର ଆଭେଂଜର୍ସ ୪ର୍ଥ ସିକ୍ୱେଲରେ ନଜର ଆସିବେ ଯାହାକୁ ଫ୍ୟାନ୍ସମାନେ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହାବ୍ୟତୀତ ଫିଲ୍ମ ସିରିଜ ଏମ ଆଇ ବି (ମ୍ୟାନ ଇନ ବ୍ଲାକ)ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More