Only for Entertainment

ନର୍ମିାଣ ହେବ ଅନ୍ଧାଧୁନର ରିମେକ ।

bollywood tadka
26

ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା।

 

ସୂଚନା ଅନୁୟାୟୀ, ସେ ଫିଲ୍ମର ରାଇଟ୍ସ କିଣିବା ପାଇଁ କସରତ ଆରମ୍ଭ କରିଦେଲେଣି। ଏକ ସାକ୍ଷାତକାରରେ ଧନୁଷ କହିଥିଲେ, “‘ଅନ୍ଧାଧୁନ୍’ ଏକ ଜବରଦସ୍ତ ଥ୍ରୀଲର ଯାହାକୁ ମୁଁ ତାମିଲ୍‌ରେ ବନାଇବାକୁ ପସନ୍ଦ କରିବି।”

 

ଏହି ଫିଲ୍ମ ଗତବର୍ଷ ରିଲିଜ ହୋଇଥିଲା। ଏହାକୁ କ୍ରିଟିକ୍ସ ଓ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ ମଧ୍ୟ କରିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଶ୍ରୀରାମ ରାଘବନ ଦେଇଥିଲେ। ଏଥିରେ ଆୟୁଷ୍ମାନ ଖୁରାନା ଜଣେ ପିଆନୋ ପ୍ଲେୟାର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ରାଧିକା ଆପଟେ। ତବୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More