Only for Entertainment

‘ଦିଲ ମିଲ ଗୟେ’ ଫେମ ଆକ୍ଟରଙ୍କ ପରଲୋକ,୨୬ ବର୍ଷରେ ଦୁନିଆରୁ ନେଲେ ବିଦାୟ ।

aajtak
0 84

ଜନପ୍ରିୟ ଟିଭି ଶୋ ଦିଲ ମିଲ ଗୟେରେ ଜିଗନେସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା କରଣ ପରାଜଂପେଙ୍କର ଗତ ୨୫ ମାର୍ଚ୍ଚକୁ ପରଲୋକ ହୋଇଛି । ୨୬ ବର୍ଷରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।

କରଣ ନିଜ ମମ୍ମିଙ୍କ ସହିତ ରହୁଥିଲେ । ତେବେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ । ସକାଳ ପ୍ରାୟ ୧୧ଟାରେ ତାଙ୍କ ମା ତାଙ୍କୁ ଘରେ ମୃତ ଭାବରେ ପାଇଲେ । ଏକ ମିଡିଆ ରିପୋର୍ଟ

ଅନୁସାରେ ତାଙ୍କୁ ନିଦରେ ହୃଦଘାତ ଆସିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଛି । କରଣ ତାଙ୍କ ବାପାମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ତେବେ କରଣ ବାହି ମଧ୍ୟ ଏଥିରେ ଦଃୁଖ ପ୍ରକାଶ କରିଛନ୍ତି । ଦୁଇଜଣ ଏକା ସାଙ୍ଗରେ କାମ କରିଥିଲେ ।
ଦିଲ ମିଲ ଗୟେ ବ୍ୟତୀତ ସେ ସଂଜୀବନୀ ମେଗା ଧାରାବାହିକରେ ମଧ୍ୟ କାମ କରିଛନ୍ତି । ଏହି ଧାରାବାହିକରେ ସେ ଖୁବ ଲୋକପ୍ରିୟତା ହାସଲ କରି ପାରିଥିଲେ । ଏହାପରେ ସେ କ୍ରିଏଟିଭ ହେଡ ଭାବରେ କାମ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More