Only for Entertainment

ଅଭିନେତା ପ୍ରକାଶ ରାଜ ଲଢିବେ ୨୦୧୯ର ଲୋକସଭା ନିର୍ବାଚନ !

19

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ସିଂଘମ ଭଳି ଅନେକ ହିଟ ଫିଲ୍ମରେ ନଜର ଆସିଥିବା ପ୍ରକାଶ ରାଜ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସଦସ୍ୟ ହେବା ଲାଗି ଛିଡା ହେବେ । ସେ ଏହି କଥା ନିଜ ଟ୍ୱିଟର ଜରିଆରେ ଜଣାଇଛନ୍ତି, ମାତ୍ର ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ କେଉଁ ଦଳ ପାଇଁ ଲଢିବେ ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରକାଶ ରାଜ ବିଜେପି ସରକାର ବିଷୟରେ ଆଲୋଚନା କରି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କର୍ଣ୍ଣାଟକରେ ୟେଦୁରପ୍ପାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କୁ ଅଟହାସ୍ୟ କରି କହିଥିଲେ ଯେ ଏବେ ଆଉ କର୍ଣ୍ଣାଟକ ରଂଗ କେଶରିଆ ହେବ ନାହିଁ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ଶେଷ । ୫୬ଇଂଚକୁ ଭୂଲି ଯାଅ ସେ ୫୫ଘଂଟା ମଧ୍ୟ କର୍ଣ୍ଣାଟକକୁ ସମ୍ଭାଳି ପାରିଲେ ନାହିଁ । ତାଙ୍କର ଏହି ବିବାଦୀୟ ବୟାନ ପରେ ଅନେକ ଟ୍ରୋଲ ର ଶିକାର ହେବାକୁ ପଡିଥିଲା ।

ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ପ୍ରକାଶ ରାଜ ପତ୍ରକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଗୌରି ଲଙ୍କେଶଙ୍କ ହତ୍ୟା ଏବଂ କଠୁଆ ମାମଲାକୁ ନେଇ ଅନେକ ବିବାଦୀୟ ବୟାନ ଦେଇଥିବାକୁ ମଧ୍ୟ ଅନେକ ବିବାଦ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More