Only for Entertainment

ଓଲିଉଡ ନାୟକ ସବ୍ୟସାଚୀଙ୍କୁ ଧମକ, ଧାରା ୩୭୦କୁ ସ୍ୱାଗତ କରିବା ହେଉଛି କାରଣ

facebook
84

ଓଲିଉଡ ନାୟକ ସବ୍ୟସାଚୀ ମିଶ୍ରଙ୍କୁ ଧମକ।ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ପରେ ସୋସିଆଲ୍‌ ମିଡିଆରେ ସବ୍ୟଙ୍କୁ କିଛି ଡିଜିଟାଲ୍‌ ଆତଙ୍କବାଦୀ ଧମକପୂର୍ଣ୍ଣ କମେଣ୍ଟ୍‌ ଦେଇଛନ୍ତି।ଧାରା ୩୭୦ ଉଚ୍ଛେଦକୁ ନେଇ ଅଧାରୁ ଅଧିକ ଭାରତବାସୀ ଖୁସି ମନାଉଥିବା ବେଳେ ଓଲିଉଡ୍‌ ଅଭିନେତା ସବ୍ୟ ତାଙ୍କ ଖୁସି ବ୍ୟକ୍ତ କରିଥିଲେ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସ୍‌ବୁକ୍‌, ଟ୍ଵିଟ୍‌ର ଓ ଇନ୍‌ଷ୍ଟାଗ୍ରାମ୍‌ରେ।

ସେ ତାଙ୍କ ପୋଷ୍ଟ୍‍ରେ ଲେଖିଥିଲେ, ‘ଭାରତ ଭିତରକୁ କଶ୍ମୀରକୁ ସ୍ୱାଗତ। ଆଜି ଭାରତ ସଂପୂର୍ଣ୍ଣ ହୋଇଯାଇଛି। ରାଜନୀତି ନାହିଁ କି ହିଂସା ବି ନାହିଁ। ଚରମପନ୍ଥୀମାନେ କଶ୍ମୀର ଛାଡ଼ିପାରନ୍ତି। ଶାନ୍ତି, ଶିକ୍ଷା ଓ ବିକାଶ ପାଇଁ।’

ଇନ୍‌ଷ୍ଟାଗ୍ରାମ୍‌ରେ ସବ୍ୟଙ୍କର ଏହି ପୋଷ୍ଟ୍‍ ଦେଖିବା ପରେ କେତେକ ନକଲି ଆକାଉଣ୍ଟ୍‌ରୁ ତାଙ୍କୁ ଲଗାତର ଭାରତ ବିରୋଧୀ କମେଣ୍ଟ ଆସିବାରେ ଲାଗିଲା। ଭାରତ ହିଂସାକୁ ବଢ଼ାଉଛି, ଭାରତ ହେଉଛି ଆତଙ୍କବାଦୀମାନଙ୍କର ଦେଶ, ନିରୀହ ଲୋକଙ୍କୁ ଭାରତୀୟ ମାରି ପକାଉଛନ୍ତି ଆଦି ଦେଶ ବିରୋଧୀ କମେଣ୍ଟ ପଢ଼ିବା ପରେ ଶେଷରେ ନିଜ ମୁହଁ ଖୋଲିଥିଲେ ସବ୍ୟସାଚୀ।

କେବଳ ସବ୍ୟ ନୁହଁନ୍ତି, ଇନ୍‌ଷ୍ଟାରେ ସବ୍ୟଙ୍କର କିଛି ପ୍ରଶଂସକ ବି ମିଶି ଆତଙ୍କବାଦୀମାନଙ୍କୁ ସେମାନଙ୍କ କମେଣ୍ଟ୍‌ ପାଇଁ ବିରୋଧ କରିବାରେ ଲାଗିଥିଲେ। ମାତ୍ର ଯେଉଁ ନକଲି ଆକାଉଣ୍ଟ୍‌ରୁ ସବ୍ୟଙ୍କୁ କମେଣ୍ଟ୍‌ ମିଳୁଥିଲା ସେଥିରୁ କମେଣ୍ଟ ହେବା ଥମିଲା ନାହିଁ। ସେମାନେ ଭାରତକୁ କଦର୍ଥ କରି ଲେଖିବା ସହ ସବ୍ୟଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ କରିବାର ଧମକ ବି ଦେବା ଆରମ୍ଭ କରିଦେଲେ। ତେବେ, ଗୋଟାଏ ନୁହେଁ କି ଦୁଇଟା ନୁହେଁ ଅନେକ ଗୁଡ଼ିଏ ନକଲି ଆକାଉଣ୍ଟ୍‌ରୁ ଏପରି କମେଣ୍ଟ୍‌ ଆସିଛି ବୋଲି ସବ୍ୟ କହିଛନ୍ତି।

ଆକାଉଣ୍ଟ ହ୍ୟାକ୍‌ ଧମକ ପାଇବା ପରେ ସବ୍ୟସାଚୀ ବାଧ୍ୟ ହୋଇ ଡିସିପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଏହି ପ୍ରୋଫାଇଲ୍‌ଗୁଡ଼ିକ ସଂପର୍କରେ ସେ ଇନ୍‌ଷ୍ଟାଗ୍ରାମକୁ ବି ରିପୋର୍ଟ କରିଛନ୍ତି। ଯେଉଁ ପ୍ରୋଫାଇଲ୍‌ରୁ ସବ୍ୟଙ୍କୁ କମେଣ୍ଟ୍‌ ମିଳୁଥିଲା ସେହି ପ୍ରୋଫାଇଲ୍‌ଗୁଡ଼ିକରେ ପୂର୍ବରୁ ଗୋଟାଏ ବି ପୋଷ୍ଟ୍‍ ନ ଥିଲା। ତେବେ, ଏଗୁଡ଼ିକ ନକଲି ପ୍ରୋଫାଇଲ୍‌ ହୋଇପାରେ ବୋଲି ସବ୍ୟସାଚୀ ତାଙ୍କ ବୟାନ ଦେଇ କହିଛନ୍ତି।

ଏହି ପ୍ରୋଫାଇଲ୍‌ଗୁଡ଼ିକର ଉଦେଶ୍ୟ ଭାରତର ଚିତ୍ରକୁ ଖରାପ କରିବା ସହ ଭାରତର ସାଂପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବା। ଆତଙ୍କବାଦୀମାନେ ଆଉ ସିଧାସଳଖ ସେମାନଙ୍କ ଲକ୍ଷ୍ୟ ସାଧନ କରିପାରୁନଥିବାରୁ ଡିଜିଟାଲ୍‌ ପ୍ଲାଟଫର୍ମ ଜରିଆରେ ଆତଙ୍କବାଦ ଖେଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହି ସବ୍ୟ ନିଜର ଚିନ୍ତା ପ୍ରକଟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More