Only for Entertainment

ଦବଙ୍ଗ୩: ନୂଆ ପୋଷ୍ଟର ଏବଂ ଭିଡିଓରେ ନଜର ଆସିଲା ସୋନାକ୍ଷୀଙ୍କ ସଂସ୍କାରୀ ଦବଙ୍ଗ ରୂପ !

27

ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୩’କୁ ଫ୍ୟାନ୍ସ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହାର ପୋଷ୍ଟର୍ସ, ଟିଜର ଭିଡିଓ ପୂର୍ବରୁ ଇଂଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାମଧ୍ୟରେ ଆଜି ଅଭିନେତା ଫିଲ୍ମ ସହ ଜଡିତ ଏକ ଛୋଟ ଟିଜର ଏବଂ ପୋଷ୍ଟର ଶେୟାର କରିଛନ୍ତି ।

ଭିଡିଓ ଟିଜରରେ ସଲମାନ ଖାନ ଅର୍ଥାତ ଚୁଲବୁଲ ପାଣ୍ଡେ ପୁଣିଥରେ ସୋନାକ୍ଷୀ ସିହ୍ନା ଅର୍ଥାତ ରଜ୍ଜୋଙ୍କୁ ରିଭିଲ କରିଛନ୍ତି । ଭିଡିଓରେ କହିଛନ୍ତି ଯେ ‘ୟେ ହେ ହମାରୀ ସୁପର ସେକ୍ସି ରଜ୍ଜୋ । ୱାହ କ୍ୟା ବାତ ହେ, ଅଭି ଭି ହମାରୀ ହବିବି ।’

ଏହାସହ ସଲମାନ ଫିଲ୍ମ ର ନୂଆ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସୋନାକ୍ଷୀ ବୁଲେଟରେ ବସିଥିବାର ନଜର ଆସିଛନ୍ତି । ପୋଷ୍ଟର ସହ ‘ହିନ୍ଦୁସ୍ତାନୀ ସଭ୍ୟତା କି ଚକ୍କି ସେ ବନି ହମାରୀ ସୁପର ସେକ୍ସି ରଜ୍ଜୋ’ ଲେଖି ସଲମାନ ଟ୍ୱିଟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୨୩ଅକ୍ଟୋବରରେ ‘ଦବଙ୍ଗ୩’ର ଟ୍ରେଲର ରିଲିଜ ହେବ । ସଲମାନ ଏହି ମଉକାରେ ଚୁଲବୁଲ ପାଣ୍ଡେଙ୍କ ଅବତାରରେ ନଜର ଆସିବେ ଏବଂ ପ୍ରଶଂସକଙ୍କୁ ଏଂଟରଟେନ କରିବେ । ରିପୋର୍ଟ ମୁତାବକ ମୁମ୍ବାଇ ବ୍ୟତୀତ ଚେନ୍ନାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଜୟପୁର, କୋଲକାତା, ଅହମଦାବାଦ, ଉନ୍ଦୋର, ଲଖନଉରେ ଏକାସହ ଏହି ଟ୍ରେଲର ଲଂଚ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More