Only for Entertainment

ଜୁହିଁଙ୍କୁ ବିବାହ କରିବାକୁ ଚାହୁଥିଲେ ସଲମାନ, ୨୬ବର୍ଷ ପୂରୁଣା ଭିଡିଓରେ କଲେ ଖୁଲାସା ।

YouTube
0 54

ସଲମାନ ଖାନ ଏବଂ ଜୁହି ଚାୱଲା ଏହି ଦୁହେଁ ଅନେକ ଫିଲ୍ମରେ ସାଥି ହୋଇ କାମ କରିଛନ୍ତି , ମାତ୍ର ଦୁହିଁଙ୍କ ଭିତରେ ଥିବା ଅଫେୟାର ଖବର କେବେ ସାମ୍ନାକୁ ଆସି ନାହିଁ । ମାତ୍ର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସଲମାନ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହା ଆମେ କହୁ ନାହୁଁ ବରଂ ନିଜେ ସଲମାନ କହିଛନ୍ତି । କଥାଟି ହେଉଛି ସଲମାନଙ୍କର ୨୬-୨୭ବର୍ଷ ପୂରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି ଯେ ଜୁହିଙ୍କ ବାପାଙ୍କୁ ଜୁହିଙ୍କ ହାତ ମାଗିଥିଲେ, ମାତ୍ର ସେ ମନା କରିଦେଇଥିଲେ । ସଲମାନ କହିଥିଲେ ଏହି ଭିଡିଓରେ ଯେ ଜୁହି ଖୁବ ସ୍ୱିଟ ଏବଂ ସୁନ୍ଦର ଅଟନ୍ତି । ସଲମାନ କହିଛନ୍ତି ଯେ ସେ ଯେତେବେଳେ ତାଙ୍କ ବାପାଙ୍କୁ ଜୁର୍ହିଙ୍କ ହାତ ମାଗିଥିଲେ ସେ ମନା କରି ଦେଇଥିଲେ କାରଣ ହୁଏତ ସଲମାନ ପସନ୍ଦ ନଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମାତ୍ର ଏବେ ଯାଏଁ ଜଣା ନାହିଁ ଯେ ଏହା ସେ ମଜାକିଆ ଅନ୍ଦାଜରେ କହିଥିଲେ କି ସତରେ ସେ ଜୁହିଁଙ୍କ ପ୍ରେମରେ ପାଗଳ ଥିଲେ । କିନ୍ତୁ ଅନେକ ବର୍ଷ ହେବ ଦୁର୍ହେ କୌଣସି କାରଣରୁ ଆଉ ପରଦାରେ ଏକାିଂ ନଜର ଆସି ନଥିଲେ ।

ଶୁଣିବାକୁ ମିଳିଛି ଯେ ଯେତେବେଳେ ଥରେ ଜୁହି ଚାୱଲା ସଲମାନଙ୍କ ସହ ଏକ ଫିଲ୍ମ କରିବା ପାଇଁ ମନା କରିବା ପାଇଁ ମନା କରିଦେଇଥିଲେ । ମାତ୍ର ଏବେ ଜୁହି ସଲମାନଙ୍କ ସହ କାମ କରିବା ଲାଗି ଆଗ୍ରହ ପ୍ରକାଶ କରି ସାରିଲେଣି ମାତ୍ର ସଲମାନ ଏହାକୁ ନଜର ଅନ୍ଦାଜ କରୁଛନ୍ତି । ସଲମାନ ଏବଂ ଜୁହିଁଙ୍କ ମଧ୍ୟରେ ସମସ୍ତ ସମ୍ପର୍କ ଏବେ ଠିକ ଅଛି. କିନ୍ତୁ କେବଳ ଦେଖିବା ବାକି ଅଛି ଯେ ଦୁହେଁ କେତେବେଳେ ଅନସ୍କ୍ରିନରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More