ଆଲିଆଙ୍କ ପ୍ରଥମ ମ୍ୟୁଜିକ ଭିଡିଓକୁ ନେଇ ଆସିଲା ବରୁଣ ଧୱନଙ୍କ ରିଆକ୍ସନ, ଫଟୋ ସେୟାର କରି ଦେଲେ ଶୁଭେଚ୍ଛା
ବଲିଉଡ କଳାକାର ଆଲିୟା ଭଟ୍ଟ ଦୂରବୀନଙ୍କ ଲାଟେଷ୍ଟ ଟ୍ରାକ ‘ପ୍ରାଡା’ରେ ନିଜ ମ୍ୟୁଜିକ ଭିଡିଓ ଡେବ୍ୟୁ କରିଛନ୍ତି । ଏହି ଗୀତ ଜବରଦସ୍ତ ହୋଇଥିବାରୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଶଂସକ ଏହି ଗୀତକୁ ଖୁବ ପସନ୍ଦ କରିଥିବା ବେଳେ ଏବେ ବରୁଣ ଧୱନ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ବନ୍ଧୁଙ୍କ ଗୀତରେ ପ୍ରତିକ୍ରିୟା ଦେଇ ଗୀତର କଭର ଫଟୋକୁ ଶେୟାର କରିଛନ୍ତି । ଏହାସହ ସେ ଗୀତକୁ ଖୁବ ପସନ୍ଦ କରିଥିବା ମଧ୍ୟ କହିଛନ୍ତି । ବରୁଣ ଜ୍ୟାକି ଭଗନାନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଯିଏ ଏହି ଗୀତକୁ ପ୍ରେଜେଂଟ କରିଛନ୍ତି ।
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏବେ ଡେଭିଡ ଧୱନଙ୍କ ଫିଲ୍ମ ‘କୁଲି ନମ୍ବର ୧’ରେ ନଜର ଆସିବେ ବରୁଣ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ସାରା ଅଲୀ ଖାନ । ଆଲିୟାଙ୍କ ବିଷୟରେ କହିବାକୁ ଗଲେ ସେ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୂରଙ୍କ ସହ ନଜର ଆସିବେ ।