Only for Entertainment

ସାଂସଦ ନୁସରତଙ୍କ ସାହି ପାର୍ଟି, କୋଲକତାରେ ରୟାଲ ଷ୍ଟାଇଲରେ ରିସେପ୍ସନ୍ ପାର୍ଟି ଦେବେ ନୁସରତ !

31

ଆସନ୍ତାକାଲି ଟିଏମସି ସାଂସଦ ନୁସରତ ଜାହାଁଙ୍କ ରିସେପ୍ସନ ପାର୍ଟି । ଏହି ମ୍ୟାରେଜ ରିସେପ୍ସନ୍ ପାର୍ଟି ପାଇଁ ଚାଲିଛି ଖାସ୍ ପ୍ରସ୍ତୁତି । କୋଲକାତାର ଆଇଟିସି ରୟାଲ ହୋଟେଲରେ ଅଭିନେତ୍ରୀ ତଥା ସାଂସଦ ଦେବେ ରିସେପ୍ସନ ପାର୍ଟି । ରୟାଲ ଷ୍ଟାଇଲରେ ରିସେପ୍ସନ୍ ପାଇଁ ଡ଼େକୋରେସନ୍ ଆୟୋଜନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ପାର୍ଟିରେ ରାଜନୀତି କ୍ଷେତ୍ରର ବଡ଼ ବଡ଼ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି । ଖାଲି ରାଜନୀତି ନୁହେଁ ବରଂ ବିଶିଷ୍ଠ ବଙ୍ଗୀୟ ଅଭିନେତା, ଅଭିନେତ୍ରୀଙ୍କୁ ମଧ୍ୟ ନିଜେ ଆମନ୍ତ୍ରଣ କରିଛନ୍ତି ନୁସରତ ।

ଖବର ମୁତାବକ ପ୍ରତ୍ୟେକ ଅତୀଥିଙ୍କ ତାଲିକା ନୁସରତ ତାଙ୍କ ସ୍ୱାମୀ ନିଖିଲ ଜୈନ ମିଶି ପ୍ରସ୍ତୁତ କରିଛନ୍ତି । ଅତିଥିଙ୍କ ତାଲିକାରେ ସାମିଲ ଅଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ଟିଏମସି ନେତା ପାର୍ଥ ଚାଟାର୍ଜି, କୋଲକତା ମେୟର ଫରହାଦ ହକିମ୍ । ସେହିପରି ବଙ୍ଗୀୟ ସୁପରଷ୍ଟାର ପ୍ରସନ୍ନ ଚାଟାର୍ଜି, ଅଭିନେତ୍ରୀ ମୁନୁମନୁ ସେନ, ସ୍ୱସ୍ତିକ ମୁଖାର୍ଜି, ଶ୍ରୀଜିତ ମୁଖାର୍ଜି ଏବଂ ନିର୍ଦ୍ଦେଶକ ବିରସା ଦାସ ଗୁପ୍ତା ଏହି ପାର୍ଟିର ମୁଖ୍ୟ ଆକର୍ଷଣ ରହିବେ ।

ଖବର ଅନୁସାରେ ନୁସରତଙ୍କ ରିସେପ୍ସନ୍ ପାର୍ଟିରେ ଶାକାହାରୀ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶାଶୁଘର ଲୋକ ଶାକାହାରୀ ହୋଇଥିବାରୁ ରିସେପ୍ସନ ପାର୍ଟିରେ ଶାକାହାରୀ ଖାଦ୍ୟ ପ୍ରସ୍ତୁତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More