Only for Entertainment

ସତେ ପେ ସତ୍ତା’ର ରିମେକରେ ଗ୍ଲାମରସ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିବେ ଅନୁଷ୍କା ଶର୍ମା !

28

କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା ଯେ ଫିଲ୍ମମେକର ଫରାହ ଖାନ ‘ସତେ ପେ ସତ୍ତା’ର ରିମେକ ପ୍ରସ୍ତୁ୍ କରିବାକୁ ଯାଉଛନ୍ତି । ପ୍ରଶଂସକ ମଧ୍ୟ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅରିଜିନାଲ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ହେମା ମାଲିନୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ମାତ୍ର ଏହାର ରିମେକ ରେ ହ୍ରିତିକ ରୋଶନ ଏବଂ ଅନୁଷ୍କା ଶର୍ମା ନଜର ଆସିବେ ।

ଏହି ମଧ୍ୟରେ ଫିଲ୍ମ ସମ୍ବନ୍ଧରେ ଏବେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଏକ ମିଡିଆ ରିପୋର୍ଟ ମୁତାବକ ଫିଲ୍ମରେ ହେମା ମାଲିନୀଙ୍କ ଜାଗାରେ ନଜର ଆସିବେ ଅନୁଷ୍କା ଶର୍ମା । ଏକ ଗ୍ଲାମରସ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିବେ ଅନୁଷ୍କା । ଏଠାରେ ଆମେ କହି ରଖୁଛୁ ଯେ ଅନୁଷ୍କା ଏହି ଫିଲ୍ମର ଭୂମିକା ପାଇଁ ଫରାହଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମେ ହୁ ନା’ରେ ଶୁସ୍ମିତା ସେନଙ୍କ ଭୂମିକାରୁ ପ୍ରେରଣା ନେଉଛନ୍ତି ।

କିନ୍ତୁ ଫିଲ୍ମରେ ଦୀପିକା ଶାଢୀ ବଦଳରେ ଶୀତ ବସ୍ତ୍ର ତଥା ଜ୍ୟାକେଟରେ ନଜର ଆସିବେ । ରିପୋର୍ଟ ମୁତାବକ ଫିଲ୍ମରେ ରଂଜିତାଙ୍କ ଭୂମିକା ପ୍ରୀତି ଜିଂଟା ତୁଲାଇ ପାରନ୍ତି । ଯଦି ସତରେ ଏଭଳି ହୁଏ ତେବେ ଅନେକ ଦିନ ପରେ ହ୍ରିତିକ ଏବଂ ପ୍ରୀତି ଏକାଠି ଗୋଟିଏ ପରଦାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More