Only for Entertainment

ସୁଟିଂ ସେଟରେ ଆହତ ହେଲେ ବାହୁବଳୀ ଫେମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ

zeenews
28

ବାହୁବଳୀ ଫେମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସୁଟିଂ ସେଟରେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।

ଅସଲରେ ଅନୁଷ୍କା ଖୁବ ଶୀଘ୍ର ‘ସୈରା ନରସିହ୍ମା ରେଡ୍ଡୀ’ରେ ଜବରଦସ୍ତ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ଚିରଞ୍ଜୀବୀଙ୍କ ସହିତ ଅନୁଷ୍କା ନଜର ଆସିବେ । ଦୁଇ କଳକାର ଏବେ ଫିଲ୍ମର ସୁଟିଂକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସୁଟିଂ ଜୋର ସୋରରେ ଚାଲିଥିବା ବେଳେ ଅଚାନକ ଅନୁଷ୍କା ସେଟ୍ଟୀଙ୍କୁ ଆହତ ଲାଗିଛି । ଅନୁଷ୍କାଙ୍କ ଗୋଡର ହାଡ ଭାଙ୍ଗି ଯାଇଛି ବୋଲି ରିପୋର୍ଟ ଆସିଛି । ଆହତ ହେବା ପରେ ଅନୁଷ୍କାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । ଚିକିତ୍ସା ପରେ ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ସୈରା ନରସିହ୍ମା ରେଡ୍ଡୀ’ରେ ଅନୁଷ୍କା ସେଟ୍ଟୀ କ୍ୟାମିଓ ଭାବେ ନଜର ଆସିବେ । ଫିଲ୍ମରେ ଚିରଞ୍ଜିବୀଙ୍କ ବ୍ୟତିତ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ସହିତ ମେକର୍ସ ଏହାର ଏକ ଟିଜମ ମଧ୍ୟ ସେୟାର କରିଥିଲେ । ଫିଲ୍ମ ୨ ଅକ୍ଟୋବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More