Only for Entertainment

ଏହି ଅଭିନେତ୍ରୀ ହେବାକୁ ଚାହୁଁଥିଲେ ପାଇଲଟ !

hindusatn
0 44

ବଲିଉଡ ସେନସେଶନ ଅଭିନେତ୍ରୀ ଈଶା ଗୁପ୍ତା ଫିଲ୍ମକୁ ଆସିବା ପୂର୍ବରୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ପାଇଲଟ ହେବାକୁ ଚାହୁଁଥିଲେ । ଯଦିଓ ଈଷାଙ୍କ ପିଲାଦିନର ସ୍ୱପ୍ନ ଥିଲା ସେ ସେଫ ହେବାକୁ ଚାହୁଁଥିଲେ ମାତ୍ର ପରେ ଏହା ପରିବର୍ତ୍ତନ ହୋଇ ପାଇଲଟ ହେବାର ସ୍ୱପ୍ନ ଦେଖିଥିଲେ , ଯାହା ଏକ ଶୋରେ ତାଙ୍କ ଭଉଣୀ ନେହା ଗୁପ୍ତା କହିଥିଲେ ।

ରିପୋର୍ଟ ମୁତାବକ ଈଶାଙ୍କ ଭଉଣୀ ନେହାଙ୍କ ସହ ଏକ ରିଆଲିଟି ଶୋ ‘ହାଇ ଫିବର ଡାନ୍ସ କା ନୟା ତେବର’ରେ ପହଂଚିଥିଲେ , ଯେଉଁଠାରେ ସେ ଅନେକ ରାଜ୍ ସମ୍ପର୍କରେ କହିଥିଲେ । ଈଶାଙ୍କୁ ସବୁବେଳେ ନେହା ଙ୍କ ସହ ତୁଳନା କରାଯାଉଥିଲା, କାରଣ ନେହା ପାରମ୍ପାରିକ ମହିଳା ଭଳି ଥିବା ବେଳେ ଈଶା ଜଣେ ଟମ ବୟ ଥିଲେ ଏବଂ ସେ ସୁନ୍ଦର ଝିଅ ମଧ୍ୟ ନଥିଲେ ବୋଲି ଈଶା କହିଛନ୍ତି ।

ନେହା ଏଠାରେ କହିଛନ୍ତି ଯେ ଈଶା ଡ୍ରାମା ଏବଂ ହଙ୍ଗମା କରୁଥିଲେ । ସେ ଭଲ ରୋଷେଇ କରନ୍ତି ବୋଲି ଈଶାଙ୍କ ଭଉଣୀ ନେହା କହିଛନ୍ତି । ଏହି କାରଣରୁ ଈଶାଙ୍କ ସ୍ୱପ୍ନ ଥିଲା ସେଫ ହେବାକୁ ମାତ୍ର ଏହା ପରେ ସ୍ୱପ୍ନ ବଦଳି ହୋଇଯାଇଥିଲା ପାଇଲଟ ହେବାକୁ । କିନ୍ତୁ ସେ ହଠାତ ଅଭିନେତ୍ରୀ ହୋଇଯିବାରୁ ପରିବାର ଲୋକଙ୍କୁ ଏହା ସ୍ୱୀକାର କରିବା ଲାଗି ଅନେକ ସମୟ ଲାଗିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More