Only for Entertainment

କଙ୍ଗନା ରନୌତଙ୍କ ଅପକମିଂ ଫିଲ୍ମ ‘ପଙ୍ଗା’ର ଦୁଇଟି ପୋଷ୍ଟର ହେଲା ରିଲିଜ !

22

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି । ଏହା ପୂର୍ବରୁ ବୁଧବାର ଅର୍ଥାତ ୧୮ଡିସେମ୍ବରକୁ ନିର୍ମାତା ଫିଲ୍ମର ଟ୍ରେଲର ତାରିଖ ବିଷୟରେ କହିଛନ୍ତି ।

ଫିଲ୍ମର ଦୁଇଟି ପୋଷ୍ଟର ଶେୟାର କରାଯାଇଛି । ପ୍ରଥମ ପୋଷ୍ଟରରେ କଙ୍ଗନା ତଥା ଜୟା ହସୁଥିବାର ନଜର ଆସିଛନ୍ତି । ସେ ଗୋଲାପୀ ପ୍ରିଂଟେଡ ଶାଢୀ ଏବଂ ମ୍ୟାଚିଂ କଲର ସ୍ୱେଟରରେ ନଜର ଆସିଛନ୍ତି ।

ପୋଷ୍ଟରକୁ ନିର୍ଦ୍ଦେଶକ ଅଶ୍ୱିନୀ ଅୟର ତିୱାରୀ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ଯୋ ସପ୍ନେ ଦେଖତେ ହେଁ, ୱୋ ପଙ୍ଗା ଲେତେ ହେଁ । ଜୟାଙ୍କ କାହାଣୀ ସହ ଆମେ ସମସ୍ତେ ଜଡିତ । ଟ୍ରେଲର ଡିସେମ୍ବର ୨୩ରେ ରିଲିଜ ହେବ ।

ଏହାପୂର୍ବରୁ କଙ୍ଗନାଙ୍କ ଭଉଣୀ ଫିଲ୍ମ ସହ ଜଡିତ ଏକ ନୂଆ ଫଟେର ଶେୟାର କରିଥିଲେ ଏବଂ କହିଥିଲେ ‘ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନ୍ସୀ’ ପରେ କଙ୍ଗନା ପୁଣି ଥରେ ମା’ ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ ।

ଫିଲ୍ମର କାହାଣୀ କବାଡି ଖେଳାଳୀ ବିଷୟରେ ଆଧାରିତ । ପଙ୍ଗା ୨୪ଜାନୁଆରୀ ୨୦୨୦ରେ ରିଲିଜ ହେବ ଏବଂ ଏହା ବରୁଣ-ଶ୍ରଦ୍ଧା ଷ୍ଟାରର ଷ୍ଟ୍ରିଟ ଡାନ୍ସର ୩ଡି’କୁ କଡା ଟକ୍କର ଦେଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More