Only for Entertainment

ଡିଆଇଡିରେ ଡ୍ୟାନ୍ସର ତଡକା ଲଗାଇଲେ କରିଶ୍ମା କପୁର, ବାରମ୍ବାର ଦେଖାଯାଉଛି ଭିଡିଓ

ndtv
27

ଜି ଟିଭିର ସବୁଠାରୁ ବଡ ଡ୍ୟାନ୍ସ ରିଅଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଅଭିନେତ୍ରୀ କରିଶ୍ମା କପୁର ଭଉଣୀ କରୀନା କପୁରଙ୍କ ସ୍ଥାନ ନେଇଛନ୍ତି । ଶୋ’ରେ କରିଶ୍ମା କପୁର ଧମାକାଦାର ଏଣ୍ଟ୍ରି ନେଇଛନ୍ତି । କରିଶ୍ମାଙ୍କ ପୂର୍ବରୁ ତାଙ୍କ ଭଉଣୀ କରୀନା କପୁର ଖାନ, କୋରିଓଗ୍ରାଫର ବସକୋ ଏବଂ ର‌୍ୟାପର ରଫତାର ଏହି ଶୋ’କୁ ଜଜ୍ କରୁଥିଲେ । ମାତ୍ର ନିଜର ଆଗାମୀ ଫିଲ୍ମ ପାଇଁ କରୀନାଙ୍କୁ ଏହି ଶୋ’ ଛାଡିବାକୁ ପଡିଲା । ଏବେ କରୀନାଙ୍କ ସ୍ଥାନ ରେ ଶୋ’ରେ କରିଶ୍ମା କପୁର ନଜର ଆସିବେ ।

 

ଶୋ’ର ପ୍ରଥମ ଦିନରେ କରିଶ୍ମା କୋରିଓଗ୍ରାଫର ବାସକୋ ମାର୍ଟିସଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା କରିଶ୍ମା ଏବେ ଟେଲିଭିଜନରେ ନିଜ ଡେବ୍ୟୁ କରିଛନ୍ତି । ଶୋ’ର ଅନେକ ଫଟୋ କରିଶ୍ମା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More