Only for Entertainment

‘ବାଗୀ ୩’ରେ ଏୟାର ହେଷ୍ଟେସ ରୋଲରେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା କପୁର !

google
57

‘ବଦ୍ରିନାଥ କି ଦୁଲହନିଆ’ରେ ଆଲିଆ ଭଟ୍ଟ ଏବଂ ‘ନୀରଜା’ରେ ସୋନମ କପୁରଙ୍କ ପରେ ଏବେ ଅଭିନେତ୍ରା ଶ୍ରଦ୍ଦା କପୁର ଖୁବ ଶୀଘ୍ର ଫିଲ୍ମ ‘ବାଗୀ-୩’ରେ ଏୟାର ହୋଷ୍ଟେସ ଭୂମିକାରେ ନଜର ଆସିପାରନ୍ତି ।

ତାଜା ଖବର ଅନୁସାରେ ଫିଲ୍ମର ମେକର୍ସ ଏବେ ଶ୍ରଦ୍ଧାଙ୍କ ଲୁକ ଏବଂ ତାଙ୍କ କ୍ୟାରେକ୍ଟର ଉପରେ ଏବେ କାମ କରୁଛନ୍ତି । କାରଣ ମେକର୍ସ ଚାହୁଁଛନ୍ତି ଶ୍ରଦ୍ଧାଙ୍କୁ ଏକ ଭିନ୍ନ କ୍ୟାରେକ୍ଟରରେ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ । ଯେପରି ଶ୍ରଦ୍ଧା କୌଣସି କ୍ୟାରେକ୍ଟରକୁ ରିପିଟ ନକରନ୍ତୁ । କେବଳ ଏତିକି ନୁହେଁ ଶ୍ରଦ୍ଧା ନିଜ କ୍ୟାରେକ୍ଟରରେ ଖାପ ଖାଇବା ପାଇଁ ଖୁବ ଶୀଘ୍ର ୱାର୍କଶପ ମଧ୍ୟ ଆଟେଣ୍ଡେ କରିବେ ।

ଖବର ଅନୁସାରେ ସେପ୍ଟେମ୍ବରରୁ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହେବ । ଏହାପରେ ଟିମ ଆଗ୍ରାରେ ସୁଟ ସାରି ଇଣ୍ଟରନ୍ୟାସନାଲ ସିଡ୍ୟୁଲ ପୁରା କରିବେ । କହିରଖୁଛୁ ଯେ, ଶ୍ରଦ୍ଧା ଦ୍ୱିତୀୟ ଥର ପାଇଁ ଟାଇଗରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମ ‘ବାଗୀ’ର ପ୍ରଥମ ପାର୍ଟରେ ଦୁହେଁ ନଜର ଆସିଥିଲେ । ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ବାଗୀ ର ଦ୍ୱିତୀୟ ପାର୍ଟରେ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More