Only for Entertainment

‘ଦବଙ୍ଗ ୩’ର ସୁଟିଂ ଆରମ୍ଭ କରିବା ପୂର୍ବରୁ ସୋନାକ୍ଷୀଙ୍କ ବଡ ଖୁଲାସା, ଭାଇଜାନ ଶୁଣିଲେ ହୋଇଯିବେ ଖୁସି

india
44

ବଲିଉଡ ଅଭିନେତ୍ରୀ ସେନାକ୍ଷୀ ସିହ୍ନା ଖୁବ ଶୀଘ୍ର ସୁପରଷ୍ଟାର ସଲମାନ ଖାନଙ୍କ ସହିତ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ-୩’ର ସୁଟିଂ ଆରମ୍ଭ କରିବେ । ଫିଲ୍ମରେ କାମ କରିବା ପାଇଁ ସୋନାକ୍ଷୀ ଖୁବ ଏକ୍ସାଇଟେଡ ଅଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସୋନାକ୍ଷୀ ନିଜ ବଲିଉଡ କ୍ୟାରିୟର ଫିଲ୍ମ ଦବଙ୍ଗରୁ ହିଁ ଆରମ୍ଭ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା । ଫିଲ୍ମରେ ନା କେବଳ ସଲମାନ ଖାନଙ୍କୁ ଲୋକେ ପସନ୍ଦ କରିଥିଲେ ବରଂ ସୋନାକ୍ଷୀଙ୍କ ଆକ୍ଟିଂକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ଶନିବାର ରାତିରେ ସୋନାକ୍ଷୀ ‘ବଧାଇ ହୋ’ର ସକ୍ସେସ ପାର୍ଟିରେ ଯୋଗ ଦେଇଥିଲେ । ମିଡିଆ ସହିତ ଆଲୋଚନା କରିବା ସମୟରେ ସୋନାକ୍ଷୀ କହିଥିଲେ, ‘ଦବଙ୍ଗ-୩’ ପାଇଁ ସେ ଖୁବ ଏକ୍ସାଇଟେଡ ଅଛନ୍ତି । ଏହା ସହିତ ଦବଙ୍ଗ ଗର୍ଲ କହିଥିଲେ, ଏହି ଫିଲ୍ମରେ କାମ କରିବା ଘରକୁ ଫେରିବା ପରି ।

dabanng-sonakshi-sinha-salman-khan

ସୋନାକ୍ଷୀ କହିଛନ୍ତି ଯେ, ‘ମୁଁ ଦବଙ୍ଗରୁ ନିଜ କ୍ୟାରିୟର ଆରମ୍ଭ କରିଥିଲି ଏବେ ଦବଙ୍ଗ-୩ ନିର୍ମାଣ ହେବାରୁ ଯାଉଛି । ଦବଙ୍ଗ ଏବଂ ଦବଙ୍ଗ-୨ର ରିଲିଜ ପରେ ଆମେ ଅଝଧିକ ସମୟ ନେଇ ଯାଇଛୁ । କିନ୍ତୁ ଆମେ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଶେଷ କରିବୁ । ସେଥିପାଇଁ ଏହାକୁ ନେଇ ମୁଁ ଖୁବ ରୋମାଞ୍ଚିତ ଅନୁଭବ କରୁଛି ।’

କହିରଖୁଛି ଯେ, ‘ଦବଙ୍ଗ-୩’ର ନିର୍ମାଣ ଅରବାଜ ଖାନ କରୁଛନ୍ତି । ଏହା ସହିତ ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଭାର ତୁଲାଇବେ । ଖବର ଅନୁସାରେ ଫିଲ୍ମର ସୁଟିଂ ମଇ ମାସରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଫିଲ୍ମରେ ଚୁଲବୁଲ ପାଣ୍ଡେଙ୍କ ଟିନ ଏଜ ରୋମାନ୍ସ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ୯୦-୧୦୦ ଦିନରେ ଶେଷ କରିବା ପାଇଁ ମେକର୍ସ ଆଶା ରଖିଛନ୍ତି । ଚଳିତ ବର୍ଷ ଦୀପାବଳିରେ ଫିଲ୍ମ ରିଲିଜ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More